ଭାରସାମ୍ୟ ହରାଇ ଶିଶୁ କନ୍ୟା ଉପରେ ଚଢ଼ିଗଲା ଆମ୍ବୁଲାନ୍ସ, ଘଟଣାସ୍ଥଳରେ ମୃତ୍ୟୁ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କତଲକଇଠା ଗାଁରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ୧୦ବର୍ଷର ଝିଅର ମୃତ୍ୟୁ ଘଟିଛି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଓ ରାସ୍ତାରୋକ ହୋଇଛି।

ମିଳିଥିବା ସୂଚନାନୁସାରେ, ଗଜପତି ଜିଲ୍ଲା ରାୟଗଡ ପଟରୁ ଆସୁଥିବା ଏକ ଆମ୍ବୁଲାନ୍ସ ପାରଳାଖେମୁଣ୍ଡି ଆଡକୁ ଯାଉଥିବା ବେଳେ ୧୦ ବର୍ଷୀୟା ସାବାଲା.ଲକ୍ଷ୍ମୀଙ୍କ ଉପରେ ଚଢ଼ିଯାଇଥିଲା। ଦୀପ୍ତି ସଦନର ଆମ୍ବୁୁଲାନ୍ସରେ ଉକ୍ତ ସଂସ୍ଥାର ଡ୍ରାଇଭର ସହ ଦୁଇଜଣ ମହିଳା କର୍ମଚାରୀ ଆସୁଥିଲେ। ଲକ୍ଷ୍ମୀ ରାସ୍ତା ପାର ହେଉଥିବା ସମୟରେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ଲକ୍ଷ୍ମୀଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଆମ୍ବୁଲାନ୍ସରେ କଦଳୀ ଫେଣା ସହ ପନିପରିବା ରହିଥିବା ଦେଖି ସ୍ଥାନୀୟ ଲୋକେ କ୍ଷୁବ୍ଧ ହୋଇ ରାସ୍ତାରୋକ କରିଥିଲେ। ରାସ୍ତା ରୋକ ଯୋଗୁ ପାରଳାଖେମୁଣ୍ଡି-ବ୍ରହ୍ମପୁର-ମୋହନାକୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତକ ଶିଶୁ କନ୍ୟାର ଘର ଉପଲଡା ହୋଇଥିବା ବେଳେ ସେ କତଲକଇଠାରେ ମାମୁ ଘରେ ରହୁଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

You might also like