Below header

ସୈତାନ ବାପାର ସୈତାନ କାରନାମା ! ସ୍ତ୍ରୀ କାମକୁ ଗଲା ପରେ ପାଳି କରି ଦୁଇ ଝିଅଙ୍କୁ କରୁଥିଲା ଦୁଷ୍କର୍ମ, ପୋଲିସ କଲା ଗିରଫ

ମଧ୍ୟ ପ୍ରଦେଶର ଗୁନାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବାପା ନିଜର ହିତାହିତ ଜ୍ଞାନ ଭୁଲି ସବୁ ସୀମା ପାର୍‌ କରି ଦେଇଛି। ସ୍ତ୍ରୀର ଅନୁପସ୍ଥିତିରେ ସେ ନିଜର ଦୁଇ ଝିଅଙ୍କୁ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଘଟଣା ଘଟିଛି ମ୍ୟାନା ଥାନା ଅଧୀନ ନକଟିଦେବୀ ଗାଁରେ। ଏହି ଘଟଣା ପରେ ପୀଡ଼ିତା ଦୁଇ ଭଉଣୀ ବାପାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ସେମାନେ ମା’ ସହିତ ମିଶି ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଅଭିଯୋଗ ଅନୁସାରେ, ମା’ର ଅନୁପସ୍ଥିତିରେ ବାପା ନିଜର ଦୁଇ ଝିଅଙ୍କ ସହିତ ଏଭଳି ନାରକୀୟ କାଣ୍ଡ କରି ଆସୁଥିଲା। ଅଭିଯୁକ୍ତ ଜଣକ ଜଣେ ନିଶାସକ୍ତ ବ୍ୟକ୍ତି। ସେ ଦୀର୍ଘ ଦିନରୁ ଝିଅମାନଙ୍କୁ ପାଳି କରି ଯୌନ ଶୋଷଣ କରୁଥିଲେ। ସ୍ତ୍ରୀ ଯେତେବେଳେ ବିଲକୁ କାମ କରିବାକୁ ଚାଲି ଯାଉଥିଲେ, ତ ବ୍ୟକ୍ତି ଜଣକ ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କୁ ପାଖରେ ରଖୁଥିଲେ ଏବଂ ତାଙ୍କ ସହିତ ଏଭଳି ଘୂଣ୍ୟ କାମ କରୁଥିଲେ।

ଯେବେ ଘଟଣାର ଖୁଲାସା ହୋଇଥିଲା, ତ ଗାଁରେ ପଞ୍ଚାୟତ ବସାଇ ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରାଯାଇଥିଲା। ପଞ୍ଚାୟତରେ ଅଭିଯୁକ୍ତ ବାପାଙ୍କୁ କ୍ଷମା କରି ଦିଆଯାଇଥିଲା। କିନ୍ତୁ ଯେତେବେଳେ ସେ ପୁଣିଥରେ ନିଜର ହରକତ ଦୋହରାଇଥିଲେ, ତ ପୀଡ଼ିତା ଭଉଣୀଦ୍ୱୟ ମା’କୁ ଧରି ଥାନାରେ ପହଞ୍ଚିଥିଲେ।

ପୋଲିସ ଦୁଇ ଭଉଣୀଙ୍କର କାଉନସେଲିଂ ବି କରିଛି। ପୋଲିସ ଅଧୀକ୍ଷକ ରାଜୀବ କୁମାର ମିଶ୍ରା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି କି, ଦୀର୍ଘଦିନ ଧରି ଅଭିଯୁକ୍ତ ବାପା ନିଜର ଝିଅମାନଙ୍କୁ ଦୁଷ୍କର୍ମ କରି ଆସୁଥିଲା। ଏବେ ତାଙ୍କୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.