ଶ୍ରୀମନ୍ଦିରରେ ନାଗାସାଧୁଙ୍କୁ ପୋଲିସର ମାଡ଼ ଅଭିଯୋଗ, ମେଡିକାଲରେ ଭର୍ତ୍ତି

ପୁରୀ: ପୁଣି ଥରେ ଚର୍ଚ୍ଚାରେ ନାଗା ସାଧୁ। ଏଥର ଶ୍ରୀମନ୍ଦିର ଭିତରେ ପଶି ଜୋର ଜବରଦସ୍ତ କୋଭିଡ ପାଇଁ ଦୀର୍ଘ ଦିନ ଧରି ବନ୍ଦ ପଡିଥିବା ରୋହିଣୀ କୁଣ୍ତର ପଟା ଖୋଲି ଜଳ ସିଞ୍ଚନ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସେଠାରେ ମୁତୟନ ଥିବା ଜେଟିପି ବାରଣ କରିବାରୁ କଥା କଟାକଟି ହୋଇଥିଲା। ଅନ୍ୟପଟେ ତାଙ୍କୁ ସମ୍ପୃକ୍ତ ଜେଟିପି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ନାଗା ସାଧୁ ବୈଷ୍ଣବ ପୁରୀ।

ଆହତ ନାଗା ସାଧୁଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ମେଡିସିନ୍ ୱାର୍ଡରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ତେବେ ନାଗା ସାଧୁଙ୍କୁ କେହି ମାଡ଼ ମାରିନଥିବା ପୁରୀ ଏସପି ସ୍ପଷ୍ଟ କରିଛନ୍ତି। ପ୍ରକାଶ ଯେ ବିଭିନ୍ନ ସମୟରେ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ସ୍ଥାନରେ ଏଭଳି ଆଚରଣ କରି ଚର୍ଚ୍ଚାରେ ରହି ଆସିଛନ୍ତି ନାଗାସାଧୁ ବୈଷ୍ଣବପୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.