Below header

ସୁନା ଠକେଇ ଗ୍ୟାଙ୍ଗ୍‌ର ପର୍ଦା ଫାସ୍‌, ୮୦୦ ଗ୍ରାମର ସୁନା ବିସ୍କୁଟ ସହ ୨ ଲୁଟେରାଙ୍କୁ ଗିରଫ କଲା ପୁରୀଘାଟ ପୁଲିସ୍‌

କଟକ(କେନ୍ୟୁଜ୍‌) :  ବିଭିନ୍ନ ସ୍ଥାନରେ ଲୋକଙ୍କୁ ଅଧିକ ସୁନା ଦେବାର ପ୍ରଲୋଭନ ଦେଖାଇ ଠକୁଥିବା ଏକ ସୁନା ଲୁଟେରା ଗ୍ୟାଙ୍ଗକୁ କଟକ ପୁରୀଘାଟ ପୋଲିସ୍‌ ଗିରଫ କରିଛି । ସେମାନଙ୍କ ଠାରୁ ୮୦୦ ଗ୍ରାମ ସୁନା ଜବତ କରିଛି । ସୁନା ବିସ୍କୁଟର ମୂଲ୍ୟ ପ୍ରାୟ ୩୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।

ପୋଲିସ ସୂଚନାନୁଯାୟୀ, ଗତ ୯ ତାରିଖରେ ସୁନା ବ୍ୟବସାୟୀ ସନ୍ତୋଷ କୁମାର ରଣାଙ୍କ ଠାରୁ ସୁନା ବିସ୍କୁଟ ଠକେଇ ହୋଇଥିଲା । ୮୦୦ ଗ୍ରାମର ସୁନା ବିସ୍କୁଟ ବଦଳରେ ୧୨୦୦ ଗ୍ରାମର ସୁନା ଅଳଙ୍କାର କରାଇ ଦେବାକୁ କହି ଠକ ୮୦୦ ଗ୍ରାମ ସୁନା ଲୁଟି ନେଇଥିଲେ । ଆଜି ପୋଲିସ ଏହି ଠକ ଦଳର ୨ ଜଣଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୮୦୦ ଗ୍ରାମର ସୁନା ବିସ୍କୁଟ ଜବତ କରିଛନ୍ତି । ୨ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.