ଆଜିଠାରୁ ଆରମ୍ଭ ମଳମାସ, ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ

ହିନ୍ଦୁ ଧର୍ମର ପଞ୍ଚାଙ୍ଗ ଅନୁସାରେ , ଯେବେ ମୀନ କିମ୍ବା ଧନୁ ରାଶିରେ ସୂର୍ଯ୍ୟ ଦେବତା ପ୍ରବେଶ କରନ୍ତି ସେହି ସମୟକୁ କୁହାଯାଇଥାଏ ମଳମାସ । ଏହାକୁ ଅଧିମାସ ମଧ୍ୟ କୁହାଯାଏ। ଆଜି ରବିବାର ପବିତ୍ର ମୀନ ସଂକ୍ରାନ୍ତି ଏବଂ ଆଜିଠାରୁ ମଳମାସ ଆରମ୍ଭ (ସୂର୍ଯ୍ୟଦେବ ଆଜି ସନ୍ଧ୍ୟା ୬ଟା ବାଜି ୪ମିନିଟରେ ମୀନ ରାଶିରେ ପ୍ରବେଶ କରି ଅପ୍ରେଲ ୧୪ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ରହିବେ) ହେଉଛି । ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ, ମଳମାସରେ କୌଣସି ଶୁଭକାର୍ଯ୍ୟ କରାଯାଏ ନାହିଁ। ଜାଣନ୍ତୁ ସେ ସଂପର୍କରେ..

–  ବୈବାହିକ କାର୍ଯ୍ୟ , ଗୃହ ପ୍ରବେଶ , ଭୂମି ପୂଜନ, ମୁଣ୍ଡନ ଆଦି ମାଙ୍ଗଳିକ କାର୍ଯ୍ୟ କରିବା ଅନୁଚିତ।
–  ଏହି ମାସରେ ଖଟ ଉପରେ ନଶୋଇ ତଳେ ଅର୍ଥାତ୍‌ ଭୂମିରେ ଶୋଇବାକୁ ଠିକ୍‌ ମନେ କରାଯାଇଛି।
–  ଏହି ଦିନଗୁଡିକରେ ଥାଳିରେ ଖାଇବା ପରିବର୍ତ୍ତେ କଦଳୀ ପତ୍ରରେ ଖାଇବାକୁ ଶୁଭ ମନାଯାଏ।
–  ମାଂସ ଓ ମଦ ସେବନକୁ ଏହିି ଦିନରେ ବର୍ଜନ କରାଯାଇଛି।

bishnu

ଏହି ମାସରେ କିଛି ବିଶେଷ ନିୟମର ପାଳନ କରିବା ଉଚିତ ।ଏହାଦ୍ୱାରା ଭକ୍ତ ସୂର୍ଯ୍ୟଦେବଙ୍କ କୃପା ଲାଭ କରିଥାଏ। ଏହାବ୍ୟତୀତ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଚାଲନ୍ତୁ ଜାଣିବା କ’ଣ ରହିଛି ନିୟମ:-

–  ମଳମାସରେ ସୂର୍ଯ୍ୟଦେବଙ୍କୁ ବିଧିପୂର୍ବକ ଉପାସନା କରାଯାଏ। ଯଦ୍ୱାରା ଗ୍ରହରାଜଙ୍କର କୃପା ଲାଭ ମିଳିଥାଏ।
–  ଏହି ଦିନଗୁଡିକରେ ଭଗବାନ୍‌ ବିଷ୍ଣୁଙ୍କର ସ୍ୱତନ୍ତ୍ର ପୂଜା କରିବା ଉଚିତ୍‌। ଏହାଦ୍ୱାରା ମା’ ଲକ୍ଷ୍ମୀ ଘରକୁ ଆଗମନ କରିଥାନ୍ତି। ଫଳରେ ଘରେ ଧନ ବୃଦ୍ଧି ହୁଏ।
–  ମଳମାସରେ ସେବା କରିବାର ରହିଛି ଅନେକ ମହତ୍ତ୍ୱ। ବ୍ରାହ୍ମଣ, ଗୁରୁ, ଗରୀବ, ସାଧୁ ତଥା ଗାଈଙ୍କୁ ସେବା କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି।
–  ଏହି ଦିନଗୁଡିକରେ ବ୍ରାହ୍ମ ମୂହୁର୍ତ୍ତରେ ଉଠିବା ଉଚିତ୍‌। ସ୍ନାନ ସାରି ଭଗବାନଙ୍କୁ ଉପାସନା କରିବା ଉଚିତ୍‌।
–  ମଳମାସରେ ବୃନ୍ଦାବତୀଙ୍କର ଆରଧନା କରିବା ସହ ସନ୍ଧ୍ୟା ସମୟରେ ଏଠାରେ ଶୁଦ୍ଧ ଦେଶୀ ଘିଅରେ ଦୀପ ଜାଳିଲେ ଘରେ ସୁଖ ସମୃଦ୍ଧି ବଢ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.