ଡ୍ୟୁଟି ସମୟରେ ସ୍ତନପାନ କରାଉଥିଲେ ମହିଳା ପୋଲିସ କର୍ମୀ, ଅଧିକାରୀମାନେ ଜୋର୍‌ ଜବରଦସ୍ତି ମଗାଇଲେ କ୍ଷମା

ନିଜ ଛୁଆକୁ ସ୍ତନପାନ କରାଉଥିବା ଜଣେ ମା’ର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଜଣାପଡ଼ିଛି ଯେ ସିଥୋଙ୍ଗ୍‌ ସୋଖା ନାମ୍ନୀ ମହିଳା କମ୍ବୋଡିଆର ଜଣେ ପୋଲିସ କର୍ମୀ। ସେ ଡ୍ୟୁଟିରେ ଥିବା ବେଳେ ନିଜ ଛୁଆକୁ ସ୍ତନପାନ କରାଉଥିଲେ। ତେବେ ଏହି ଘଟଣାକୁ ନେଇ ବରିଷ୍ଠ ଅଧିକାରୀମାନେ ସମ୍ପୃକ୍ତ ମହିଳା ପୋଲିସ କର୍ମୀଙ୍କୁ ନିନ୍ଦା କରିବା ସହ ସାର୍ବଜନୀନ ରୂପେ ନିଜ ଭୁଲ୍‌ ସ୍ୱୀକାର କରିବାକୁ ବାଧ୍ୟ କରାଇଛନ୍ତି।

ଅଧିକାରୀମାନେ ତାଙ୍କ ଉପରେ ଏଥିପାଇଁ ଚାପ ପକାଇଛନ୍ତି। ତାଙ୍କଠାରୁ ଲେଖାଇ ନେଇଛନ୍ତି କି, ସେ କମ୍ବୋଡିଆର ମହିଳା ଏବଂ ପୋଲିସ ଫୋର୍ସର ପ୍ରତିଷ୍ଠାକୁ ବଦନାମ କରିଛନ୍ତି। ଯଦିଓ ପରେ ସିଥୋଙ୍ଗ୍‌ ସୋଖାଙ୍କ ସହିତ ହୋଇଥିବା ଏଭଳି ବ୍ୟବହାରକୁ ନେଇ ଦେଶର ମହିଳା ମନ୍ତ୍ରାଳୟ ଆପତ୍ତି ଉଠାଇଛି।

ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସିଥୋଙ୍ଗ୍‌ ସୋଖାଙ୍କ ସହିତ ହୋଇଥିବା ବ୍ୟବହାରକୁ ନେଇ ତାଙ୍କୁ ବହୁତ କ୍ଷତି ପହଞ୍ଚିଛି। ପ୍ରକୃତରେ, ତାଙ୍କୁ ପ୍ରଶଂସା କରାଯିବା ଉଚିତ। ମନ୍ତ୍ରାଳୟ ଆହୁରି କହିଛି ଯେ ଅନ୍‌ଲାଇନ ମିଡିଆରେ ଧ୍ୟାନ ଆକର୍ଷଣ ପାଇଁ ସିଥୋଙ୍ଗ୍‌ ସୋଖା ନିଜ ଫଟୋରେ କୌଣସି ବି ପ୍ରକାର ଅଶ୍ଳୀଳତା ପ୍ରଦର୍ଶନ କରିନାହାନ୍ତି।

ଏହି ଘଟଣାକୁ ନେଇ ଦକ୍ଷିଣ-ପୂର୍ବ ଏସିଆର ଋଢ଼ିବାଦୀ ଦେଶରେ ବିବାଦ ଦେଖାଦେଇଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ କୁହାଯାଇଛି, କର୍ମଜୀବୀ ମା’ମାନଙ୍କ ଆବଶ୍ୟକତା ପାଇଁ ଅଫିସ୍‌ରେ ଉପଯୁକ୍ତ ବ୍ୟବସ୍ଥା ଉପଲବ୍ଧ କରାଇବା ଉଚିତ। ମନ୍ତ୍ରାଳୟ ନିଜ ଖୋଲା ଚିଠିରେ ସିଥୋଙ୍ଗ୍‌ ସୋଖାଙ୍କୁ ସମର୍ଥନ କରିଛି। କିନ୍ତୁ ପତ୍ରର ଶେଷ ପାରାରେ ଏହା ବି ଲେଖାଯାଇଛି କି, ସାର୍ବଜନୀନ ସ୍ଥାନରେ ସ୍ତନପାନକୁ ମହିଳାମାନଙ୍କ ଇଜ୍ଜତ କମ୍‌ କରେଇବା ଘଟଣା ରୂପେ ଦେଖାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.