Below header

ପାକିସ୍ତାନ: ସର୍ବସମ୍ମୁଖରେ ଯୁବତୀ କଲେ ପ୍ରେମ ନିବେଦନ, ପ୍ରେମୀ ଯୁଗଳଙ୍କୁ ବହିଷ୍କାର କରିଦେଲା ଲାହୋର ୟୁନିଭର୍ସିଟି

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏଥିରେ ପାକିସ୍ତାନର ଏକ ୟୁନିଭର୍ସିଟି କ୍ୟାମ୍ପସ୍‌ରେ ଜଣେ ଯୁବତୀ, ଯୁବକ ପରସ୍ପର ପ୍ରତି ପ୍ରେମ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳୁଛନ୍ତି। କିନ୍ତୁ ପରେ ସେମାନଙ୍କ ଉପରେ ଏହା ଏତେ ଭାରୀ ପଡ଼ିଯିବ ଯେ ଯାହାକୁ ସେମାନେ ବିଶ୍ୱାସ ବି କରିପାରି ନ ଥିଲେ।

ଭିଡିଓଟି ପାକିସ୍ତାନର ଲାହୋର ୟୁନିଭର୍ସିଟିର। ଏଠାରେ ପରସ୍ପର ପ୍ରତି ପ୍ରେମ ଜାହିର କରିଥିବା ଦୁଇ ଯୁବତୀ, ଯୁବକଙ୍କୁ ୟୁନିଭର୍ସିଟି ବହିଷ୍କାର କରି ଦେଇଛି। କାରଣ, ଯୁବତୀ ଜଣକ ସର୍ବସମ୍ମୁଖରେ ଆଣ୍ଠେଇ ଯୁବକଙ୍କୁ ଫୁଲ ଦେଇଥିଲେ ଏବଂ ଯୁବକ ବି ତାଙ୍କୁ କୋଳେଇ ନେଇଥିଲେ। ତେବେ ଏ ନେଇ ଲାହୋର ୟୁନିଭର୍ସିଟିର ବିଶେଷ ଅନୁଶାସନ ସମିତି ଏକ ବୈଠକ କରିଥିଲା ଏବଂ ଦୁଇଜଣଙ୍କୁ ଡକାଇଥିଲା। କିନ୍ତୁ ସେମାନେ ନ ଆସିବାରୁ ୟୁନିଭର୍ସିଟି ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲା।

ୟୁନିଭର୍ସିଟି ପ୍ରଶାସନ ତରଫରୁ କୁହାଯାଇଛି କି, ଦୁଇଜଣ ଯୁବତୀ, ଯୁବକ ଭୁଲ୍‌ କାମ କରିଛନ୍ତି ଏବଂ ବିଶ୍ୱବିଦ୍ୟାଳୟର ନିୟମକୁ ଉଲ୍ଲଂଘନ କରିଛନ୍ତି। ସେପଟେ ପାକିସ୍ତାନର ପୂର୍ବତନ କ୍ରିକେଟର ଓ୍ଵାସିମ୍‌ ଆକ୍ରମ୍‌ଙ୍କ ସ୍ତ୍ରୀ ଏ ନେଇ ଏକ ଟ୍ଵିଟ୍‌ କରିଛନ୍ତି। ସେ ଲେଖିଛନ୍ତି କି, ‘ଆପଣ ଯାହା ଚାହୁଁଛନ୍ତି, ସେହି ନିୟମ ଲାଗୁ କରନ୍ତୁ। କିନ୍ତୁ ଆପଣ ପ୍ରେମକୁ ବାହାର କରିପାରିବେ ନାହିଁ। ଏହା ଆମ ହୃଦୟରେ ରହିଥାଏ ଏବଂ ଆମ ଜୀବନକୁ ସୁନ୍ଦର କରାଇଥାଏ।’ ସେହିପରି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ପୁଅ ବଖତାଓ୍ଵର ଭୁଟ୍ଟୋ ମଧ୍ୟ ୟୁନିଭର୍ସିଟିର କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.