ଶ୍ରୀଲଙ୍କା କ୍ୟାବିନେଟ୍‌ର ନିଷ୍ପତ୍ତି : ବନ୍ଦ ହେବ ୧୦୦୦ ମଦ୍ରାସା ସ୍କୁଲ୍‌, ମହିଳା ପିନ୍ଧ ପାରିବେନି ବୁର୍ଖା

କଲମ୍ବୋ : ଖୁବ୍‌ ଶୀଘ୍ର ଶ୍ରୀଲଙ୍କାରେ ମୁସଲ୍‌ମାନ୍‌ ମହିଳାଙ୍କ ବୁର୍ଖା ପିନ୍ଧିବା ଉପରେ ସରକାର ନିଷିଦ୍ଧାଦେଶ ଦେବାକୁ ଯାଉଛନ୍ତି । ଶନିବାର ଦେଶର କ୍ୟାବିନେଟ୍‌ ଏହି ଆଇନକୁ ମଞ୍ଜୁର କରିବା ସହ ଏଥିରେ ଦସ୍ତଖତ କରିଛି । ସରକାର ଖୁବ୍‌ ଶୀଘ୍ର ଏନେଇ ଘୋଷଣା କରିବେ ବୋଲିି ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଜନ ସୁରକ୍ଷା ମନ୍ତ୍ରୀ ଶରଥ େଓ୍ଵରସ୍କର କହିଛନ୍ତି ଯେ ଖୁବ୍‌ ଶୀଘ୍ର ସରକାର ବିବାଦୀୟ ପ୍ରିଭେନ୍‌ସନ୍‌ ଟେରୋରିଜମ୍‌ ଆକ୍ଟ(ପିଟିଏ) ପ୍ରବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ଆଇନକୁ ନେଇ ଦୀର୍ଘ ଦିନ ହେବ ହ୍ୟୁମାନ୍‌ ରାଇଟ୍ସ ବରୋଧ କରିଆସୁଥିଲା । କାରଣ ଏହି ଆଇନ ଅନୁଯାୟୀ ଜଣେ ସନ୍ଧିଗ୍ଧକୁ ୨ ବର୍ଷ ଯାଏ ଅଟକ ରଖିବାକୁ ଆଇନରେ ପ୍ରାବଧାନ ରହିଛି ।

ତେଣୁ ବୁର୍ଖା ନାମରେ ଏହା ଧାର୍ମିକ ସନ୍ତ୍ରାସବାଦ ହେବ ବୋଲି ହ୍ୟୁମାନ ରାଇଟ୍ସ ବିରୋଧ କରିଆସୁଥିଲା । ଏହି ଆଇନ ଉପରେ ଆଜି ମୋହର ଲାଗିଛି । ଫଳରେ ଏଣିକି ଶ୍ରୀଲଙ୍କାରେ ବୁର୍ଖା ପିନ୍ଧବା ବନ୍ଦ ରହିବ । ଏଥିସହ ଦେଶରେ ୧୦୦୦ ମଦ୍ରାସା ସ୍କୁଲକୁ ମଧ୍ୟ ବନ୍ଦ କରାଯିବ ବୋଲି କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି ।

ଏପ୍ରିଲ୍‌ ୨୦୧୯ରେ ଆତଙ୍କବାଦୀ ଆକ୍ରମଣ ପରେ ସରକାର ଜରୁରୀକାଳିନ ଭାବେ ବୁର୍ଖା ପିନ୍ଧବା ଉପରେ କଟକଣା କରିଥିଲେ । ଏବେ ଦେଶରେ ବୁର୍ଖା ନିଷିଦ୍ଧ ହେବା ଉପରେ ସରକାର ଆଇନ କରିବାକୁ ଯାଉଛନ୍ତି । ବୁର୍ଖା ବନ୍ଦ ହେବା ନେଇ ଘୋଷଣା ହେବାର ବର୍ଷକ ପରେ ବହୁ ବିବାଦ ଓ ପ୍ରତରୋଧ ସତ୍ତ୍ୱେ ଆଜି କ୍ୟାବିନେଟ୍‌ ଏହି ଆଇନକୁ ମଞ୍ଜୁର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.