ଅତିରିକ୍ତ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ବି.କେ. ଶର୍ମା

ଭୁବନେଶ୍ବର : ଅତିରିକ୍ତ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବି.କେ. ଶର୍ମା । ନିର୍ବାଚନ ଶାନ୍ତିଶୃଙ୍ଖଳା ସାରିବା ଉପରେ ଗୁରୁତ୍ୱ ଦେବେ ବୋଲି ଦାୟିତ୍ୱ ଗ୍ରହଣ ପରେ ବି.କେ.ଶର୍ମା କରିଛନ୍ତି । ‘ନିର୍ବାଚନ ସମୟରେ ନକ୍ସଲ ସମସ୍ୟା ଏକ ବଡ଼ ଚ୍ୟାଲେଞ୍ଜ ବୋଲି କହିଛନ୍ତି । ‘ଦୁର୍ଗମ ଅଞ୍ଚଳରେ ନିର୍ବାଚନ ପରିଚାଳନା ଓ ଟଙ୍କା କାରବାର ରୋକିବା ଉପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଛୁଟିରେ ଯିବା ପରେ ବିଜୟ ଶର୍ମାଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ମିଳିଛି । ଗତକାଲି ଆର.ପି ଶର୍ମାଙ୍କ ପତ୍ନୀଙ୍କ ବିୟୋଗ ହୋଇଛି । ପତ୍ନୀ ଅସୁସ୍ଥତା କାରଣରୁ ଆର. ପି ଶର୍ମା ଛୁଟିରେ ଥିଲେ । ସେ ଆସନ୍ତା ୧୦ ତାରିଖରେ କାର୍ଯ୍ୟରେ ଯୋଗଦେଇଥାନ୍ତେି । ହେଲେ ଗତକାଲି ତାଙ୍କ ପତ୍ନୀଙ୍କ ବିୟୋଗ ପରେ ସେ ଆଉ ଏକ ମାସ ପାଖାପାଖି ଛୁଟିରେ ରହିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.