Below header

ମନ୍ଦିରରେ ଗର୍ଭଗୃହରେ ପଶିଲା ପାଣି; ମା’ ଭଟ୍ଟାରିକାଙ୍କ ବିଗ୍ରହ ସ୍ଥାନାନ୍ତର

ପୁଣି ଥରେ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ  ପଶିଛି ମହାନଦୀ ପାଣି ।  ଫଳରେ  ପାହାଡ଼ ଉପରେ ଥିବା ମା ’ଙ୍କ ଅସ୍ଥାୟୀ ପୂଜା ସ୍ଥଳୀକୁ  ସ୍ଥାନାନ୍ତର  ହୋଇଛନ୍ତି ମା’ ଭଟ୍ଟାରିକା । 

ନରସିଂହପୁର (କେନ୍ୟୁଜ): ପୁଣି ଥରେ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ  ପଶିଛି ମହାନଦୀ ପାଣି ।  ମନ୍ଦିର ବେଢ଼ା  ଦେଇ ମନ୍ଦିରରେ ପ୍ରବେଶ କରିଛି ବନ୍ୟା ପାଣି । ହୀରାକୁଦ ଡ୍ୟାମରୁ ଗେଟ୍ ଖୋଲିଥିବାରୁ  ଜଳସ୍ତର ବଢ଼ିଛି । ଫଳରେ  ପାହାଡ଼ ଉପରେ ଥିବା ମା ’ଙ୍କ ଅସ୍ଥାୟୀ ପୂଜା ସ୍ଥଳୀକୁ  ସ୍ଥାନାନ୍ତର  ହୋଇଛନ୍ତି ମା’ ଭଟ୍ଟାରିକା ।

ମା ଭଟ୍ଟାରିକାଙ୍କୁ  ଗତକାଲି ରାତି ୨ଟାରେ  ସେଠାକୁ  ସ୍ଥାନାନ୍ତର କରାଯାଇଥିଲା ।  ଅସ୍ଥାୟୀ ପୂଜାସ୍ଥଳରେ ଆଜି  ସକାଳୁ ମା’ ଙ୍କ ସକାଳ ଧୂପ ସହିତ ମଙ୍ଗଳ ଆଳତି, ମଇଲମ୍ ,ବଲ୍ଲଭ ଭୋଗ ହୋଇଛି । ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ମନ୍ଦିରରେ ପ୍ରବେଶ  କରିଥିଲା ।  ଦେବୋତ୍ତର ବିଭାଗ ଉପସ୍ଥିତି ରେ ସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରାଯାଇଛି ।

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.