Below header

ଆହୁରି କଲବଲ କରିବ ତାତି; ବଢ଼ିବ ୨-୩ ଡିଗ୍ରୀ ଯାଏ ଦିନର ତାପମାତ୍ରା

ଆଗକୁ ରାଜ୍ୟରେ ପ୍ରବଳ ଖରା । ଆଗାମୀ ୩-୪ ଦିନ ପରେ ଖରା ଅସମ୍ଭାଳ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ଭୁବନେଶ୍ୱର (କେନ୍ୟୁଜ): ଆଗକୁ ରାଜ୍ୟରେ ପ୍ରବଳ ଖରା । ବଢ଼ିବ ପାରଦ । ସିଝିବ ଓଡ଼ିଶା । ଆହୁରି କଲବଲ କରିବ ତାତି । ଆଗାମୀ ୩-୪ ଦିନ ପରେ ରାଜ୍ୟରେ ତାପମାତ୍ରା ୨-୩ ଡିଗ୍ରୀ ଯାଏ ବଢ଼ିବ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ୩-୪ ଦିନ ଯାଏ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ବର୍ତ୍ତମାନ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ଦିନ ୯ ଟାରୁ ଏବେ ମାତ୍ରାରେ ଖରା ହେଉଛି ଯେ, ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି ।

ଏବେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ସ୍ଥାନେ ସ୍ଥାନେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେଉଛି । ଦିନ ବେଳା ତାତି ବଢୁଥିବା ବେଳେ ଅପରାହ୍‌ଣରେ ଝଡ଼ ବର୍ଷା ହେଉଛି । ଫଳରେ ତାତିରୁ ମିଳୁଛି ସାମାନ୍ୟ ଆଶ୍ୱସ୍ତି । ଆଗାମୀ ୩-୪ ଦିନ ପରେ ଖରା ଅସମ୍ଭାଳ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୩ଟା ମଧ୍ୟରେ ବିଶେଷକରି ଶିଶୁ, ବୟସ୍କ ଓ ରୋଗୀମାନଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଅତ୍ୟାବଶ୍ୟକ କାମ ଥିଲେ ଖରାରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରସ୍ତୁତି କରି ଘରୁ ବାହାରିବାକୁ କୁହାଯାଉଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.