ରାଷ୍ଟ୍ରପତି ନିର୍ବାଚନ ଲଢିବା ନେଇ ଟ୍ରମ୍ପଙ୍କ ରାସ୍ତା ସଫା! ଟ୍ରମ୍ପକୁ ବଞ୍ଚାଇବା ପାଇଁ ନିଜେ ସାମନାକୁ ଆସିଲେ ଷ୍ଟ୍ରୋମି ଡାନିଏଲ

ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପର୍ଣ୍ଣ ଷ୍ଟାର ଷ୍ଟ୍ରୋମି ଡାନିଏଲ ଟ୍ରମ୍ପଙ୍କ ସପକ୍ଷରେ ବାହାରିବା ପରେ ଏପରି ଆଶା କରାଯାଉଛି । ନ୍ୟୁୟର୍କର ମେନହଟ୍ଟନ କୋର୍ଟରେ ଟ୍ରମ୍ପ ନିଜକୁ ନିର୍ଦ୍ଦୋଶ ବୋଲି କହିଛନ୍ତି । ଆସନ୍ତା ଶୁଣାଣି ୪ ଡିସେମ୍ବରରେ ହେବ ।

କେନ୍ୟୁଜ୍‌(ବ୍ୟୁରୋ): ଟ୍ରମ୍ପଙ୍କ ରାସ୍ତା ସଫା । ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପର୍ଣ୍ଣ ଷ୍ଟାର ଷ୍ଟ୍ରୋମି ଡାନିଏଲ ଟ୍ରମ୍ପଙ୍କ ସପକ୍ଷରେ ବାହାରିବା ପରେ ଏପରି ଆଶା କରାଯାଉଛି । ପର୍ଣ୍ଣ ଷ୍ଟାର ଷ୍ଟ୍ରୋମି ଡାନିଏଲ୍ସଙ୍କୁ ପଇସା ଦେଇ ଚୁପ କରାଇବା ଅଭିଯୋଗରେ ଟ୍ରମ୍ପଙ୍କୁ କାଠଗଡ଼ାରେ ଛିଡ଼ା ହେବାକୁ ପଡ଼ିଛି । ଷ୍ଟ୍ରୋମି ନିଜେ ଏବେ ଟ୍ରମ୍ପଙ୍କୁ ବଞ୍ଚାଇବାରେ ଲାଗି ପଡ଼ିଛନ୍ତି । ଷ୍ଟ୍ରୋମି କହିଛନ୍ତି ଟ୍ରମ୍ପଙ୍କ ବିରୋଧରେ ଏପରି କିଛି ଅଭିଯୋଗ ନାହିଁ ଯେଉଁଥିପାଇଁ ତାଙ୍କୁ ଜେଲ ଯିବାକୁ ପଡ଼ିବ । ଷ୍ଟ୍ରୋମି ଓ ଟ୍ରମ୍ପଙ୍କ ମଧ୍ୟରେ ରହିଥିବା ସମ୍ପର୍କକୁ ବାହାରେ ପ୍ରକାଶ ନକରିବା ପାଇଁ ଟ୍ରମ୍ପ ଷ୍ଟ୍ରୋମିଙ୍କୁ ଟଙ୍କା ଦେଇଥିବା ଅଭିଯୋଗ ହୋଇଥିଲା ।

ଏବେ ପ୍ରଶ୍ନ ଉଠୁଛି ଷ୍ଟ୍ରୋମି ଡାନିଏଲ ଓ ଟ୍ରମ୍ପଙ୍କ ମଧ୍ୟରେ ପୁଣି ଏକ ନୂଆ ଡିଲ ହୋଇଛି କି? ଷ୍ଟ୍ରୋମି କଣ ଟ୍ରମ୍ପଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ଫେରାଇ ନେବେ? ଟ୍ରମ୍ପଙ୍କ ବିରୁଦ୍ଧରେ ମେନହଟ୍ଟନ କୋର୍ଟରେ ଷ୍ଟ୍ରୋମି ଡାନିଏଲଙ୍କୁ ଟଙ୍କା ଦେଇକି ଚୁପ କରାଇବା ଓ ନିର୍ବାଚନ କେମ୍ପେନ ସମୟରେ ବିଜନେସ ରିକାର୍ଡରେ ହେରଫେର କରିଥିବା ମାମଲା ରୁଜ୍ଜୁ ହୋଇଛି । ଆମେରିକା ଇତିହାସରେ ପ୍ରଥମଥର ପାଇଁ ଏକ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜ୍ଜୁ କରାଯାଇଛି ।

ନ୍ୟୁୟର୍କର ମେନହଟ୍ଟନ କୋର୍ଟରେ ଟ୍ରମ୍ପ ନିଜକୁ ନିର୍ଦ୍ଦୋଶ ବୋଲି କହିଛନ୍ତି । କୋର୍ଟ ଟ୍ରମ୍ପଙ୍କ ବିରୁଦ୍ଧରେ କୌଣସି ରାୟ ଶୁଣାଇ ନାହାଁନ୍ତି । ଆସନ୍ତା ଶୁଣାଣି ୪ ଡିସେମ୍ବରରେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.