ଅପ୍ରେଲ ୧୦ ଓ ୧୧ରେ ଦେଶର ସବୁ ହସ୍ପିଟାଲରେ କୋଭିଡ ଟେଷ୍ଟିଂ ମକଡ୍ରିଲ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଦେଶରେ ପୁଣି ମାଡୁଛି କରୋନା । ଲଗାତାର ଦ୍ୱିତୀୟ ଦିନରେ ୬ ହଜାର ଉପରେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୬ ହଜାର ୧୫୫ ପଡିଜିଭ୍‌ । ଆସନ୍ତା ୮ ଓ ୯ ତାରିଖରେ ଜିଲ୍ଲା ସ୍ତରରେ ପ୍ରସ୍ତୁତିର ସମୀକ୍ଷା ହେବ। ୧୦ ଓ ୧୧ ତାରିଖରେ ସବୁ ହସ୍ପିଟାଲରେ ମକଡ୍ରିଲ ।

କେନ୍ୟୁଜ୍‌(ବ୍ୟୁରୋ): ଦେଶରେ ପୁଣି ମାଡୁଛି କରୋନା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଲଗାତାର ଦ୍ୱିତୀୟ ଦିନରେ ୬ ହଜାର ଉପରେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୬ ହଜାର ୧୫୫ ପଡିଜିଭ୍‌ । ଦେଶରେ ଦୈନିକ ସଂକ୍ରମଣ ହାର ରହିଛି ୫.୬୩ ପ୍ରତିଶତ । ଗତକାଲି ଚିହ୍ନଟ ହୋଇଥିଲେ ୬ହଜାର ୫୦ ସଂକ୍ରମିତ । ସଂକ୍ରମଣ ବଢିବା ସହ ଆକ୍ଟିଭ୍‌ କେସ୍‌ ମଧ୍ୟ ବଢୁଛି । ଦେଶରେ କରୋନା ସକ୍ରିୟ ମାମଲା ୩୦ ହଜାର ପାର କରିଛି । ଏବେ ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୩୧ ହଜାର ୧୯୪ । ଅଧିକ ଟେଷ୍ଟିଂ ହେଉଥିବାରୁ ଅଧିକ ପଜିଟିଭ୍‌ ବାହାରୁଛନ୍ତି । ଓମିକ୍ରନ୍‌ର ସବଭାରିଆଣ୍ଟ XBB.1.16 ଯୋଗୁ ଏବେ ସଂକ୍ରମଣ ବଢୁଛି ।

ତେବେ ଆଗକୁ ଆସିବ କି ଚତୁର୍ଥ ଲହର ? ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ବିଶେଷଜ୍ଞ । ଆଇଆଇଟି କାନପୁର ବୈଜ୍ଞାନିକ ଆକଳନ କରିଛନ୍ତି, ମେ ବେଳକୁ ପ୍ରତିଦିନ ୨୦ ହଜାର ସଂକ୍ରମିତ ହେଉଥିବେ । ସେହିପରି କୋଭିଡ୍‌ ବିଶେଷଜ୍ଞ ଡାକ୍ତର ରଘୁବିିନ୍ଦର ପରାସକର କହିଛନ୍ତି, ପୂର୍ବ ଟ୍ରେଣ୍ଡ ଅନୁସାରେ ୧୫-୨୦ ଦିନରେ ସଂକ୍ରମଣ ପିକ୍‌ ଛୁଇଁପାରେ । ତାପରେ ଖସିପାରେ ସଂକ୍ରମଣ । ଏପଟେ ସଂକ୍ରମଣର ମୁକାବିଲା ନେଇ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି । ଗତକାଲି ସବୁ ରାଜ୍ୟ ସହ ସ୍ଥିତି ସମୀକ୍ଷା କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଭ ମାଣ୍ଡଭିୟ । କୋଭିଡ୍‌ ମୁକାବିଲା ଓ ସତର୍କତା ନେଇ ବୈଠକରେ ଆଲୋଚନା ହୋଇଥିଲା । ଆସନ୍ତା ୮ ଓ ୯ ତାରିଖରେ ଜିଲ୍ଲା ସ୍ତରରେ ପ୍ରସ୍ତୁତିର ସମୀକ୍ଷା ହେବ। ୧୦ ଓ ୧୧ ତାରିଖରେ ସବୁ ହସ୍ପିଟାଲରେ ମକଡ୍ରିଲ କରିବାକୁ ସବୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.