Below header

ଅଷ୍ଟପ୍ରହରୀ ପ୍ରସାଦ ଖାଇ ଶତାଧିକ ଅସୁସ୍ଥ: ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

କଟକ ଜିଲ୍ଲା ସାଲେପୁର ରାଇସୁଙ୍ଗୁଦା ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରସାଦ ଖାଇବା ପରେ ଶତାଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ମାହାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସାଲେପୁର (କେନ୍ୟୁଜ): ଅଷ୍ଟପ୍ରହରୀ ପ୍ରସାଦ ଖାଇ ଶତାଧିକ ଅସୁସ୍ଥ । କଟକ ଜିଲ୍ଲା ସାଲେପୁର ରାଇସୁଙ୍ଗୁଦା ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରସାଦ ଖାଇବା ପରେ ଶତାଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ମାହାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ରାଇସୁଙ୍ଗୁଡା ନିକଟ ଦାରିଆପୁରରେ ଅଷ୍ଟପ୍ରହରୀ ଚାଲିଥିଲା ।

ଏଥିରେ ଆଖପାଖ ଗାଁର ଶତାଧିକ ଲୋକ ସାମିଲ ହୋଇଥିଲେ । ପ୍ରସାଦ ଖାଇବା ପରେ କାନପୁର, ରାମକାପୁର, ଦେଉଳି, ଜୟୀରାମପୁର ଓ ଗୁଆଳିପୁର ଗାଁର ବହୁ ଲୋକେ ଅସୁସ୍ଥ ହୋଇଛନ୍ତି। ସାଲେପୁର ଓ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ୨ଟି ଟିମ ଗାଁରେ ପହଂଚି ଚିକିତ୍ସା କରୁଛନ୍ତି । କିଛି ଲୋକ ସୁସ୍ଥ ହୋଇ ବି ଘରକୁ ଫେରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.