Below header

ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା, ସାରା ରାଜ୍ୟ ପାଲଟି ଯାଇଛି ବରଫ

ଭୁବନେଶ୍ବର (କେନ୍ୟୁଜ୍) : ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ସାରା ରାଜ୍ୟ ଯେମିତି ବରଫ ପାଲଟି ଯାଇଛି । ଆଗକୁ ଆହୁରି ଖସିବ ପାରଦ । ପାଣିପାଗ ବିଭାଗର କହିବା ଅନୁସାରେ ଆଉ ୨-୩ ଦିନ ଜାଡ଼ ଜାରି ରହିବ । ଆଭ୍ୟନ୍ତରୀଣରୁ ଉପକୂଳ ଯାଏଁ ଶୀତ ବଢିବ । ଅଧିକାଂଶ ସ୍ଥାନରେ ପାରଦ ୪ରୁ ୧୦ ଡିଗ୍ରୀ କମିଛି । ରାଜ୍ୟର ୧୮ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ଦୃଷ୍ଟି ରଖିବାକୁ ଆଡଭାଇଜରୀ ଜାରି କରିଛନ୍ତି ଏସ୍‌ଆରସି । ଯେଉଁମାନେ ବାସହରା ସେମାନଙ୍କୁ ରାତିରେ ସ୍କୁଲ କିମ୍ବା ସରକାରୀ ବିଲ୍‌ଡିଂରେ ରଖିବାକୁ କୁହାଯାଇଛି। ସହରାଞ୍ଚଳରେ ଥିବା ରାତ୍ରିକାଳୀନ ସେଲ୍‌ଟର ହୋମ୍‌ଗୁଡିକରେ ସୁପରିଚାଳନା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.