Below header

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଡିଜିଟାଇଜ ହେବ “ମାଟିର ବନ୍ଧନ

ଖ୍ୟାତନାମା ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ସିନେମାକୁ ସିନେମା ହଲ୍  ‍ରେ ମୁକ୍ତିଲାଭ କରାଇବାକୁ ନିବେଦନ କରିଛନ୍ତି ସିନେ କଳାକାରମାନୋ  ଆହୁରି ମଧ୍ୟ ଗୁଣାତ୍ମକ ଓ ପୁରାତନ ସିନେମାଗୁଡ଼ିକର ସଂରକ୍ଷଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଲୋକପ୍ରିୟ ତଥା ଦର୍ଶକୀୟ ଆଦୃତି ଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ରଗୁଡିକର ସୁରକ୍ଷା ଏବଂ ସଂରକ୍ଷଣ ନେଇ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ଗୁଣାତ୍ମକ ସିନେମାଗୁଡିକର ସଂରକ୍ଷଣ ପାଇଁ ଏକ ପଲିସି ଆଣିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଆଉ ଏଭଳି ଏକ ନିର୍ଦ୍ଦେଶ ପାଇ ପଥ ପ୍ରସ୍ତୁତ କରିଛି ଫିଲ୍ମ ‘ମାଟିର ବନ୍ଧନ’ । ଆବେଦନକାରୀ ଶ୍ରୀରାମ ଦାସଙ୍କ ପକ୍ଷରୁ ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କେସ ନଂ ୨୧୭୬୯/୨୦୨୩ର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଏବଂ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

“ମାଟିର ବନ୍ଧନ” ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଖ୍ୟାତନାମା ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ। ସିନେମାଟି ଏବେ ସେଲ୍ୟୁଲଏଡ଼ ଫର୍ମାଟରେ ରହିଛି । ଏହାର ସଂରକ୍ଷଣ ପାଇଁ ପ୍ରାର୍ଥନା କରି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଅନେକ ଜାତୀୟସ୍ତରୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିଛି ଏହି ଚଳଚ୍ଚିତ୍ର। କୁମ୍ଭକାରମାନଙ୍କର କଳା, ସେମାନଙ୍କ ଜୀବନଧାରା ଓ ସଂଘର୍ଷ ଉପରେ ଆଧାରିତ କାହାଣୀ ହେଉଛି ‘ମାଟିର ବନ୍ଧନ’। ବରିଷ୍ଠ ଅଭିନେତା ସ୍ବର୍ଗତ ମିହିର ଦାସଙ୍କ ଅଭିନୀତ ସିନେମା ହେଉଛି ମାଟିର ବନ୍ଧନ। ଯିଏ ତାଙ୍କ ଜୀବନର ଏକ ଶ୍ରେଷ୍ଠ ଅଭିନୀତ ଚଳଚ୍ଚିତ୍ର ବୋଲି ଏକଦା ନିଜେ କହିଥିଲେ ମିହିର ଦାସ। ୨୦୧୨ରୁ ଫିଲ୍ମଟିର ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ତାହା ଏଯାଏ ମୁକ୍ତିଲାଭ କରିପାରି ନାହିଁ ।

ଜଣେ ମୂର୍ତ୍ତି କାରିଗରର ଜୀବନୀ ଉପରେ ଆଧାରିତ ଏହି ସିନେମାଟି ଶୀଘ୍ର ମୁକ୍ତିଲାଭ କରିବା ଉଚିତ ବୋଲି ସିନେ କଳାକାରମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।ଏହି ନିର୍ଦ୍ଦେଶ ପରେ ମାଟିର ବନ୍ଧନ ନିର୍ଦ୍ଦେଶକଶକ ହିମାଂଶୁ ଖଟୁଆ ହାଇକୋର୍ଟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଅଭିନେତା ହର ରଥ  କହିଛନ୍ତି କି ଓଡ଼ିଆ ସିନେମା ପାଇଁ ଏହା ଖୁସିର ଦିନ।  ଆମ ପରିଶ୍ରମର ଆମେ ଫଳ ପାଇଛୁ,ମାଟିର ବନ୍ଧନ ସହିତ ଏମିତି ଅନେକ ସିନେମା ଅଛି ଯାହା ଆମେ ଦେଖିପାରୁ ନାହିଁ। ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟିଦେବ ଦରକାର ।  ଏହି ସିନେମା କୁ ଦର୍ଶକ ଦେଖିଲେ ଆମର ଅଭିନୟ ସାର୍ଥକ ହେବ ବୋଲି ଅଭିନେତା ସମରେଶ ରାଉତରାୟ କହିଛନ୍ତି ।

ଅନ୍ୟପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆମେ କାର୍ଯ୍ୟ କରିବୁ ବୋଲି ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ ପାତ୍ର କହିଛନ୍ତି ା ଅନ୍ୟପକ୍ଷରେ ରାଜ୍ୟ ସରକାର ଏ ଦିଗରେ କାର୍ଯ୍ୟ ଅରମ୍ଭ କରିଛନ୍ତି ବୋଲି ଓଏଫ୍ ‍ଡିସି ଚେୟାରମ୍ୟାନ୍ ‍ କୁନା ତ୍ରିପାଠୀ କହିଛନ୍ତି ା ପ୍ରଥମ ପର୍ଯ୍ୟାୟରେ ୨୫ଟି ଦୁଷ୍ପ୍ରାପ୍ୟ ପୁରୁଣା ଓଡ଼ିଆ ସିନେମାକୁ ଡିଜିଟାଇଜ୍ ‍ କରି ଅଭିଲେଖାଗାରରେ ସଂରକ୍ଷିତ କରାଯିବ ା ଖୁବ୍ ‍ ଶୀଘ୍ର ଏହା ଲୋକାର୍ପିତ ହେବ ବୋଲି ସେ କହିଛନ୍ତି। ଏହା ଫଳରେ ଅନେକ ଦିନ ପରେ ‘ମାଟିର ବନ୍ଧନ’କୁ ନେଇ ଆଶା ଉଜ୍ଜୀବିତ ହୋଇଛି ା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କୁ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହୋଇଛି ା ଯାହାଫଳରେ ପୁରୁଣା ଏବଂ ଭଲ ସିନେମା ସବୁ ଲୋକଲୋଚନକୁ ଆସି ପାରିବ ା…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.