Below header

ଜାତୀୟ ରାଜପଥରେ ନିଶା ଦେଇ ଲୁଟ କରୁଥିବା ଲୁଟେରା ଗିରଫ,ମୋବାଇଲ ଓ ସୁନା କାନଫୁଲ ଜବତ

ଯାଜପୁର (କେନ୍ୟୁଜ): ଜାତୀୟ ରାଜପଥରେ ଯାଉଥିବା ଲୋକମାନଙ୍କୁ ଅଭିନବ ଉପାୟରେ ନିଶା ଦେଇ ସେମାନଙ୍କ ଠାରୁ ଲୁଟ କରୁଥିବା ଜଣେ ଲୁଟେରାକୁ ଗିରଫ କରିଛି ଯାଜପୁର ଜିଲ୍ଲା କୁଆଖିଆ ପୋଲିସ। ଏଥିସହ ତା ନିକଟରୁ ଗୋଟିଏ ବାଇକ, ଦୁଇଟି ମୋବାଇଲ, ଦୁଇ ହଳ ସୁନା କାନ ଫୁଲ ଓ ବ୍ୟବହୃତ ନିଶା ବଟିକାକୁ ଜବତ କରିଛି।

jajpur lootera.

ଗିରଫ ଅଭିଯୁକ୍ତ ହେଲା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଓଡ଼ିଶୋ ଗ୍ରାମର ବ୍ରଜବନ୍ଧୁ ରଣା। ସେହିପରି ବ୍ରଜବନ୍ଧୁ ଠାରୁ ଲୁଟ ସାମଗ୍ରୀକୁ କିଣିଥିବା ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା କାଲୁଣି ଗୋଡା ଗ୍ରାମର ରବୀନ୍ଦ୍ର ବେହେରାକୁ ମଧ୍ୟ ପୋଲିସ ଗିରଫ କରିଛି। ଅଭିଯୋଗ ମୁତାବକ, ଗତ ମେ ମାସ ୨୪ ତାରିଖରେ ବିଞ୍ଝାରପୁର ଅଞ୍ଚଳର ଯୁବକ ପ୍ରଭାତ ମଲିକଙ୍କୁ କେହି ଦୁର୍ବୁତ୍ତ ନିଶା ଦେଇ ତାଙ୍କ ନିକଟରୁ ଟଙ୍କା ଓ ମୋବାଇଲ ଲୁଟି ନେଇଥିବା କୁଆଖିଆ ଥାନାରେ ଅଭିଯୋଗ କରିଥିଲେ।

ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଚଳାଇଥିଲା। ତେବେ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ବ୍ରଜବନ୍ଧୁ ଓ କ୍ରେତା ରବିନ୍ଦ୍ରକୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି। ବିଶେଷତଃ ଜାତୀୟ ରାଜପଥରେ ଏକୁଟିଆ ଦେଖି ଲିଫ୍ଟ ଦେବା ବାହାନାରେ ତାଙ୍କୁ ଗାଡ଼ିରେ ବସାଇ ବାଟରେ ଚା ଦୋକାନରେ କୌଶଳ କ୍ରମେ ନିଶା ଦେଇ ଲୁଟିଥାନ୍ତି। ଗିରଫ ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ଏକାଧିକ ଲୁଟ ଓ ରାହଜନୀ ମାମଲା ଥିବା କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.