Below header

ଝାଡଖଣ୍ଡ : କନ୍‌ଷ୍ଟ୍ରକ୍‌ସନ କମ୍ପାନୀର ୬ ଗାଡ଼ି ପୋଡିଦେଲେ ମାଓବାଦୀ

ରାଞ୍ଚି : ଝାଡ଼ଖଣ୍ଡର ଗରଓ୍ଵା ଜିଲ୍ଲାରେ ରବିବାର ଏକ ଘରୋଇ କନ୍‌ଷ୍ଟ୍ରକ୍‌ସନ କମ୍ପାନୀର ୬ ଟି ଗାଡିକୁ ମାଓବାଦୀମାନେ ପୋଡିଦେଇଛନ୍ତି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୧୦ ରୁ ୧୨ ଜଣ ସଶସ୍ତ୍ର ମାଓବାଦୀ ଘାଗରୀ ଗ୍ରାମରେ ଥିବା କମ୍ପାନୀର କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ ।

କ୍ୟାମ୍ପରେ ଶୋଇଥିବା କର୍ମୀମାନଙ୍କୁ ବାଡାବାଡି କରିବା ସହ ସେଠାରେ ଥିବା ୨ଟି ଜେସିବି ମେସିନ, ୨ଟି ରୋଲର ସହ ୬ଟି ଗାଡି ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ ।

ମାଓବାଦୀଙ୍କୁ ଚାନ୍ଦା ଦେଇନଥିବାରୁ ଏପରି ଆକ୍ରମଣ ହୋଇଛି ବୋଲି ଜଣାପଡ଼ିଛି । ମାସେ ତଳେ ଉକ୍ତ କମ୍ପାନୀର ଜଣେ ଇଂଜିନିୟରଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.