Below header

ରାଜ୍ୟରୁ ଆଜି ୨୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଜଣ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରୁ ଆଜି ୨୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୪୩୨ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଥିବା ସଂଖ୍ୟା ୯ ଲକ୍ଷ ୪୫ ହଜାର ୧୭୭ ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୩୩୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୧୬୮, ଯାଜପୁରରୁ ୧୫୦, ଜଗତସିଂହପୁରରୁ ୯୬, କେନ୍ଦ୍ରାପଡ଼ାରୁ ୯୫ ଜଣ, ମୟୂରଭଂଜରୁ ୮୯, ପୁରୀରୁ ୮୯, ଅନୁଗୁଳରୁ ୭୧, ଭଦ୍ରକ ୬୪, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୬୧ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଢେଙ୍କାନାଳରୁ ୫୫, ସମ୍ବଲପୁରରୁ ୪୧, କୋରାପୁଟରୁ ୩୨, ରାୟଗଡ଼ାରୁ ୩୦, କେନ୍ଦୁଝରରୁ ୨୭, ନବରଂଗପୁରରୁ ୧୯, ମାଲକାନଗିରିରୁ ୧୬, ବରଗଡ ଓ ଗଜପତିରୁ ୧୫ ଜଣ ଲେଖାଏଁ, ବୌଦ୍ଧ ଏବଂ କଳାହାଣ୍ଡିରୁ ୧୨ ଜଣ ଲେଖାଏଁ, ଝାରସୁଗୁଡାରୁ ୧୦ ଜଣ, ସୋନପୁରରୁ ୦୯ ଜଣ, କନ୍ଧମାଳ ୦୮ ଜଣ, ଗଞ୍ଜାମ ୦୭ ଜଣ, ନୂଆପଡ଼ା ୦୪ ଜଣ, ବଲାଙ୍ଗୀର ୦୩ ଜଣ ଏବଂ ରାଜ୍ୟପୁଲରୁ ୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.