Below header

ଆଜି ଭୁବନେଶ୍ୱରରେ ୩୭୧ ନୂଆ ସଂକ୍ରମଣ, ୧୫ ମୃତ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ୩୭୧ ନୂଆ ସଂକ୍ରମଣ ମାମଲା ଆସିଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବିଏମ୍‌ସି ରବିବାର ଟ୍ଵିଟ୍‌ ମାଧ୍ୟମରେ ଜଣାଯାଇଛି ।

ନୂଆ ସଂକ୍ରମଣକୁ ମିଶାଇ ରବିବାର ସନ୍ଧ୍ୟା ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ମୋଟ ସଂକ୍ରମଣ ୭୫୧କୁ ବୃଦ୍ଧି ପାଇଛି । ଆଜିର ୩୭୧ ନୂଆ ସଂକ୍ରମଣରୁ ଲୋକାଲ କଣ୍ଟାକ୍ଟ ୨୬୩ ଜଣ ଥିବା ବେଳେ କ୍ୱାରାଣ୍ଟାଇନରୁ ୧୦୮ ଜଣ ଥିବା ବିଏମ୍‌ସି ଜଣାଯାଇଛି ।

ସେହିପରି ୨୩୧ ଜଣ କରୋନା ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରରେ ଆଜିକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୯୫,୩୦୬ ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.