ଜାଣନ୍ତୁ କେଉଁ ଗ୍ଲାସରେ ପାଣି ପିଇବେ ଆଉ କେଉଁ ଗ୍ଲାସରେ ପାଣି ପିଇବେ ନାହିଁ

ବିଜ୍ଞାନ ଅନୁଯାୟୀ ପ୍ରତ୍ୟକ ବ୍ୟକ୍ତି ଦିନ କୁ ଅତି କମରେ ୮ ରୁ ୧୦ ଗ୍ଲାସ ପାଣି ପିଇବା ଉଚିତ । ଏମିତିରେ ଆମ ଶରୀରର ଏକ ବଡ ଭାଗ ପାଣି ହିଁ ହୋଇଥାଏ । କିନ୍ତୁ ଏକ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ସଠିକ ମାତ୍ରାରେ ଓ ସଠିକ ଉପାୟରେ ନିହାତି ପାଣି ପିଇବା ଉଚିତ । ଖାଲି ସେତିକି ନୁହେଁ ଜ୍ୟୋତିଷ ଶାସ୍ତ୍ର ସହିତ ବି ଏହାର ସମ୍ବନ୍ଧ ରହିଛି । ବ୍ୟକ୍ତି କେଉଁ ଧାତୁ କିମ୍ବା ସାମଗ୍ରୀରେ ନିର୍ମିତ ଗ୍ଲାସରେ ପାଣି ପିଉଛନ୍ତି ଏହାର ପ୍ରଭାବ ସେମାନଙ୍କ ଜୀବନ ଆଉ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଆଜି ଆମେ ଆପଣଙ୍କୁ କେଉଁ ଗ୍ଲାସରେ ପାଣି ପିଇଲେ କଣ ପ୍ରଭାବ ପଡିଥାଏ ସେବିଷୟରେ କହିବାକୁ ଯାଉଛୁ ।

ରୁପା ଗ୍ଲାସ:

ଧାତୁ ମଧ୍ୟରେ ସବୁଠୁ ଶୁଦ୍ଧ ଧାତୁ ହେଉଛି ରୁପା । ଘରେ ଚାନ୍ଦିର ବାସନ କୁସନ ରହିବା କିମ୍ବା ସେଥିରେ ଭୋଜନ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ଏହା ଦ୍ୱାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ଆଉ ଯଦି ଏହା ଅଭ୍ୟାସରେ ପରିଣତ ହୁଏ ତେବେ ବ୍ୟକ୍ତିଙ୍କୁ ଥଣ୍ଡା- ସର୍ଦ୍ଦି ହୁଏନାହିଁ । ଯଦି ରୁପା ଗିଲାସ ନାହିଁ ତେବେ କୌଣସି ଏକ ପରିସ୍କାର ମୁଦିକୁ ପାଣିରେ ପକେଇ ପିଇ ପାରିବେ ।

copper glass

ତମ୍ବା ଗ୍ଲାସ:

ଏହି ଗ୍ଲାସରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପଯୋଗୀ ହୋଇଥାଏ । ଏହା ଦ୍ୱାରା ଶରୀରର ଦୂଷିତ ପଦାର୍ଥ ଖୁବ ସହଜରେ ବାହାରିଯାଏ | ରକ୍ତଚାପ ନିୟନ୍ତ୍ରଣରେ ରୁହେ । ଏହା ସହ ପେଟ ଜନିତ ସମସ୍ୟା ମାନ ମଧ୍ୟ ଭଲ ହୋଇଥାଏ | ଏମିତିରେ ତମ୍ବା ପାତ୍ରରେ ପାଣି ରଖିଲେ ଥଣ୍ଡା ରୁହେ ।

ପିତ୍ତଳ ଗ୍ଲାସ:

ପିତ୍ତଳ ମଧ୍ୟ ଏକ ଭଲ ଧାତୁ । କାହିଁ କେଉଁ କାଳରୁ ଭୋଜନ କରିବା କିମ୍ବା ପାଣି ପିଇବାରେ ପିତ୍ତଳ ଧାତୁକୁ ବ୍ୟବହାର କରାଯାଇ ଆସୁଛି | ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।

pittal glass

ଷ୍ଟିଲ ଗ୍ଲାସ:

ଷ୍ଟିଲ ହେଉଛି ଲୁହାର ଏକ ମିଶ୍ର ଧାତୁ । ଶନି ଦେବଙ୍କ ଏହା ଜଡିତ । ଷ୍ଟିଲ ଗ୍ଲାସରେ ଗରମ ପାଣି ପିଇଲେ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ ।

ପ୍ଲାଷ୍ଟିକ କିମ୍ବା କାଚ ଗ୍ଲାସ:

ପ୍ଲାଷ୍ଟିକ ଗ୍ଲାସରେ ଆଦୌ ବି ପାଣି ପିଇବା ଉଚିତ ନୁହେଁ । ଗରମ ପାଣି ତ ଜମା ବି ନୁହେଁ  । ଯେବେକି କାଚ ଗ୍ଲାସରେ ପାଣି ପିଇଲେ କୌଣସି କ୍ଷତି ନ ହେଉଥିଲେ ମଧ୍ୟ କୌଣସି ଲାଭ ହୋଇନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.