Below header

ଫାଟିଲା ଗ୍ୟାସ୍‌ ଟାଙ୍କି, ହୁ ହୁ ହୋଇ ଜଳିଗଲା ୨ ବଖରା ଘର

ଜଳେଶ୍ବର ଥାନା ଅନ୍ତର୍ଗତ ଖୁଲୁଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ତ ଘଟି ଜଳିଗଲା ଦୁଇ ବଖରା ଘର ।

ବାଲେଶ୍ବର : ଜଳେଶ୍ବର ଥାନା ଅନ୍ତର୍ଗତ ଖୁଲୁଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ତ ଘଟି ଜଳିଗଲା ଦୁଇ ବଖରା ଘର । ଦୁଇ ବଖରା ଚାଳ ଘର ପୋଡି ଯିବା ସହ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି ।
ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ପରିବାରର ସମସ୍ତ ଲୋକେ ବିଲକୁ ଧାନ କାଟିବା ପାଇଁ ଯାଇଥିବା ବେଳେ ଆଜି ମଧ୍ଯାହ୍ନ ସମୟରେ କୌଣସି କାରଣରୁ ଘରେ ହଠାତ ନିଆଁ ଲାଗି ଯାଇଥିଲା । ତେବେ ନିଆଁ ଲାଗିବାର କିଛି ସମୟ ପରେ ରୋଷେଇ ଘର ଭିତରେ ଥିବା ଗ୍ଯାସ ଟାଙ୍କିରେ ମଧ୍ଯ ନିଆଁ ଲାଗି ଗ୍ଯାସ ଟାଙ୍କି ଫାଟି ଯାଇଥିଲା ।

ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଜଳେଶ୍ବର ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ସେତେବେଳକୁ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା । ନିଆଁ ଲାଗିବାର କୌଣସି ସ୍ପଷ୍ଟ କାରଣ ଜଣା ପଡି ନଥିବା ବେଳେ ବିଦ୍ଯୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ତ ଘଟିଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.