ବଡ଼ ବାଇକ ଚୋରି ରାକେଟର ପର୍ଦାଫାଶ, ୨ ଗିରଫ, ୧୪ ବାଇକ ଜବତ

କମିଶନରେଟ ପୋଲିସ ଆଜି ଏକ ବଡ ବାଇକ ଚୋରି ରାକେଟର ପର୍ଦାଫାଶ କରିଛି | ରାକେଟର ୨ ଚୋରଙ୍କୁ ଗିରଫ କରିବା ସହ ୧୪ ବାଇକ ଜବତ କରଛି ପୋଲିସ |

ଭୁବନେଶ୍ୱର : କମିଶନରେଟ ପୋଲିସ ଆଜି ଏକ ବଡ ବାଇକ ଚୋରି ରାକେଟର ପର୍ଦାଫାଶ କରିଛି | ରାକେଟର ୨ ଚୋରଙ୍କୁ ଗିରଫ କରିବା ସହ ୧୪ ବାଇକ ଜବତ କରଛି ପୋଲିସ | ଚୋରି ୬ ଟି ବାଇକର ମାଲିକଙ୍କୁ ଚି଼ହ୍ନଟ କରାଯାଇଛି | ଦୁଇ ଅଭିଯୁକ୍ତ ହେଲେ ପ୍ରଶାନ୍ତ ଲେଙ୍କା ଓ ଇନ୍ଦ୍ରଜିତ ସିଂ |

ଚୋରି ପରେ ଇନ୍ଦ୍ରଜିତକୁ ବାଇକ ଦେଉଥିଲା ପ୍ରସାନ୍ତ | ପରେ ପ୍ରଶାନ୍ତ ଏହାକୁ ଭଲ ଦରରେ ବଜାରରେ ବିକୁଥିଲା | ଏହି ଗାଙ୍ଗରେ ଆହୁରି ଅନେକ ଲୋକ ଥିବା ଜଣାଯାଇଛି | ସ୍ନାଚିଂରେ ଚୋରୀ ବାଇକ ବ୍ୟବହାର କରାଯାଉଛି ବୋଲି କହିଛନ୍ତି ପୋଲିସ କମିଶନର ସୋମେନ୍ଦ୍ର ପ୍ରିୟଦର୍ଶୀ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.