ରାଜ୍ୟସଭାରୁ ନିଲମ୍ବନ ମାମଲା: ରାଘବ ଚଢାଙ୍କ ଆବେଦନ ଉପରେ ୮ରେ ଶୁଣାଣି କରିବେ ସୁପ୍ରିମ୍‌କୋର୍ଟ

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ନେତା ତଥା ନିଲମ୍ବିତ ସାଂସଦ ରାଘବ ଚଢାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଡିସେମ୍ବର ୮ରେ ଶୁଣାଣି କରିବେ। ରାଜ୍ୟସଭାରୁ ନିଜର ନିଲମ୍ବନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ରାଘବ ଚଢା।

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ନେତା ତଥା ନିଲମ୍ବିତ ସାଂସଦ ରାଘବ ଚଢାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଡିସେମ୍ବର ୮ରେ ଶୁଣାଣି କରିବେ। ରାଜ୍ୟସଭାରୁ ନିଜର ନିଲମ୍ବନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ରାଘବ ଚଢା। ଡିସେମ୍ବର ୮ରେ ଏହି ମାମଲାର ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି ଡି. ଓ୍ଵାଇ. ଚନ୍ଦ୍ରଚୂଡ କହିଛନ୍ତି।

ଗତ ଶୁଣାଣିରେ ସୁପ୍ରିମକୋର୍ଟ ରାଘବ ଚଢାଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିବାକୁ କହିଥିଲେ ଏବଂ ଆଶା ପ୍ରକଟ କରିଥିଲେ ଯେ ଅଧ୍ୟକ୍ଷ ଏହି ପ୍ରସଙ୍ଗରେ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରିବେ। ସୁପ୍ରିମକୋର୍ଟ କହିଥିଲେ କି, ଅଧ୍ୟକ୍ଷ ଏହି ଆଧାର ଉପରେ ବିଚାର କରିପାରନ୍ତି ଯେ ସେ ଜଣେ ଯୁବ ସଦସ୍ୟ। ଏହି ଉପାୟରେ ତାଙ୍କର ନିଲମ୍ବନକୁ ଶେଷ କରିବାର ରାସ୍ତା ବାହାରି ପାରେ।

ସୂଚନାଯୋଗ୍ୟ, ରାଘବ ଚଢା ଅଗଷ୍ଟ ୧୧ରୁ ରାଜ୍ୟସଭାରୁ ନିଲମ୍ବିତ ଅଛନ୍ତି। କେତେଜଣ ସାଂସଦ ଅଭିଯୋଗ କରିଥିଲେ ଯେ ସେମାନଙ୍କ ବିନା ଅନୁମତିରେ ଚଢା ଏକ ସଂକଳ୍ପରେ ସେମାନଙ୍କ ନାମ ଯୋଡ଼ିଥିଲେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ସଦସ୍ୟ ଥିଲେ ବିଜେପିର। ଏହି ପ୍ରସ୍ତାବରେ ବିବାଦୀୟ ଦିଲ୍ଲୀ ସେବା ବିଲ୍‌ର ଯାଞ୍ଚ ପାଇଁ ଏକ ଚୟନ କମିଟି ଗଠନ କରିବାକୁ ଦାବି କରାଯାଇଥିଲା।

You might also like