ର‍୍ୟାଟ୍‌ ମାଇନର୍ସଙ୍କୁ ନିଜର ୧-୧ ମାସର ଦରମା ଦେବେ ଉତ୍ତରାଖଣ୍ଡର ସମସ୍ତ କଂଗ୍ରେସ ବିଧାୟକ

ଉତ୍ତରକାଶୀର ଦୁର୍ଘଟଣାଗ୍ରସ୍ତ ଟନେଲ୍‌ରୁ ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଅଭିଯାନକୁ ସଫଳ କରିବାରେ ର‍୍ୟାଟ୍‌ ମାଇନର୍ସଙ୍କର ଥିଲା ବହୁତ ବଡ଼ ଭୂମିକା।

ଉତ୍ତରକାଶୀର ଦୁର୍ଘଟଣାଗ୍ରସ୍ତ ଟନେଲ୍‌ରୁ ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଅଭିଯାନକୁ ସଫଳ କରିବାରେ ର‍୍ୟାଟ୍‌ ମାଇନର୍ସଙ୍କର ଥିଲା ବହୁତ ବଡ଼ ଭୂମିକା। ଯେତେବେଳେ ମେସିନ୍ ଫେଲ୍‌ ମାରିଥିଲା, ସେତେବେଳେ ଏମାନେ ହିଁ ନିଜ ହାତରେ ଖୋଳି ଉଦ୍ଧାର ପାଇପ୍‌କୁ ଶ୍ରମିକମାନଙ୍କ ପାଖରେ ପହଞ୍ଚାଇଥିଲେ।

ଏହି ଅଭିଯାନ ପରେ ସବୁଠି ର‍୍ୟାଟ୍‌ ମାଇନରମାନଙ୍କୁ ପ୍ରଶଂସା କରାଯାଉଛି। ଉତ୍ତରାଖଣ୍ଡ କଂଗ୍ରେସ ମଧ୍ୟ ସେମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି। ଏବେ ଉତ୍ତରାଖଣ୍ଡ କଂଗ୍ରେସର ସମସ୍ତ ବିଧାୟକ ର‍୍ୟାଟ୍‌ ହୋଲ୍‌ ମାଇନର୍ସଙ୍କୁ ନିଜର ୧-୧ ମାସର ଦରମା ପ୍ରଦାନ କରିବେ।

ଏହି ର‍୍ୟାଟ୍‌ ମାଇନର୍ସଙ୍କୁ ଦିଲ୍ଲୀରୁ ଡକାଯାଇଥିଲା। ତାଙ୍କର ୧୨ ଜଣିଆ ଟିମ୍ ୧୬ ଦିନ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟକୁ ସମାପ୍ତ କରିଥିଲେ। ମେସିନଗୁଡ଼ିକ ଭାଙ୍ଗିଯାଉଥିଲା, କିନ୍ତୁ ସେମାନଙ୍କ ମନୋବଳ ଓ ସାହସ ଅକ୍ଷୁଣ୍ଣ ରହିଥିଲା। ଯେତେବେଳେ ଟନେଲରେ ଥିବା ଅବରୋଧ ଏବଂ ଲୁହା ପ୍ରତିବନ୍ଧକ କାଟି ର‍୍ୟାଟ୍‌ ମାଇନରମାନେ ଶ୍ରମିକଙ୍କ ନିକଟରେ ପହଞ୍ଚିଥିଲେ, ସେତେବେଳେ ସେମାନଙ୍କୁ ଦେଖି ଶ୍ରମିକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା।