ସାମାନ୍ୟ କଥାକୁ ନେଇ ପତ୍ନୀଙ୍କ ପେଟକୁ ଲାତ ମାରି ଜୀବନ ନେଇଗଲା ସ୍ୱାମୀ

ସଇତାନ୍‌ ସାଜିଲା ସ୍ୱାମୀ । ସାମାନ୍ୟ କଥାରୁ ସ୍ତ୍ରୀର ନେଇଗଲା ଜୀବନ । ସାରା ଜୀବନ ସାଥି ହୋଇ ବାଟ ଚାଲିବ ବୋଲି କଥା ଦେଇଥିଲା ସ୍ୱାମୀ । ହେଲେ ମଝି ରାସ୍ତାରେ ଧୋକା ଦେଇ ସ୍ତ୍ରୀର ଜୀବନ ନେଇଗଲା । ଏଭଳି ଅଭାବନୀୟ ଘଟଣା ଗଜପତି ଜିଲ୍ଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଳକ୍ କଇଁପୁରୁ ପଞ୍ଚାୟତ ଅନ୍ତର୍ଗତ ଆମରସିଂ ଗ୍ରାମରେ ଘଟିଛି ।

ଗଜପତି : ସଇତାନ୍‌ ସାଜିଲା ସ୍ୱାମୀ । ସାମାନ୍ୟ କଥାରୁ ସ୍ତ୍ରୀର ନେଇଗଲା ଜୀବନ । ସାରା ଜୀବନ ସାଥି ହୋଇ ବାଟ ଚାଲିବ ବୋଲି କଥା ଦେଇଥିଲା ସ୍ୱାମୀ । ହେଲେ ମଝି ରାସ୍ତାରେ ଧୋକା ଦେଇ ସ୍ତ୍ରୀର ଜୀବନ ନେଇଗଲା । ଏଭଳି ଅଭାବନୀୟ ଘଟଣା ଗଜପତି ଜିଲ୍ଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଳକ୍ କଇଁପୁରୁ ପଞ୍ଚାୟତ ଅନ୍ତର୍ଗତ ଆମରସିଂ ଗ୍ରାମରେ ଘଟିଛି । ସାମାନ୍ୟ କଥାରୁ ମଦ୍ୟପ ସ୍ୱାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀର ଜୀବନ ନେଇଯାଇଛି ।

ଆମରସିଂ ଗ୍ରାମର ଗୁରୁନାଥ ଶବର । ସାମାନ୍ୟ କଥାକୁ ନେଇ ନିଜର ଦ୍ବିତୀୟ ପତ୍ନୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ପ୍ରଥମେ ତାଙ୍କ ପେଟରେ ଲାତ ମାରି ଘାଇଲା କରିଥିଲେ । ପରେ ପତ୍ନୀ ଜଣକ ମୁମୁର୍ଷୁ ଅବସ୍ଥାରେ ଘରର ବାରିପଟୁ ଆସି କବାଟ ଖୋଲି ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ସଙ୍ଗେ ସଙ୍ଗେ ଧାଇଁ ଆସିଥିଲେ ପରିବାର ଲୋକେ । ତାକୁ ଉଦ୍ଧାର କରି ପରିବାର ଲୋକେ ଚିକିତ୍ସା ନିମନ୍ତେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଗତକାଲି ସନ୍ଧ୍ୟା ସମୟରେ ପତ୍ନୀ ଦୁଶୀଳା ଶବରଙ୍କ ମୃତ୍ୟ ଘଟିଥିଲା । ଦୁଶୀଳାଙ୍କ ବୟସ ପ୍ରାୟ ୩୫ ବର୍ଷ ହେବ । ସେହି ଗାଁ ନିକଟରେ ଝିଅର ବାହା ଦେଇଥିବା ବେଳେ ତାଙ୍କର ନାତୁଣୀ ମଧ୍‌ୟ ଅଛନ୍ତି । କାଲି ନାତୁଣୀକୁ ଦେଖିବ ବୋଲି କହି ଆଜି ତାର ଜୀବନ ଚାଲି ଯାଇଛି ।

ଏ ନେଇ ଗାରାବନ୍ଧ ଥାନା ରେ ଅଭିଯୋଗ ହେବା ପରେ ଗାରାବନ୍ଧ ଥାନା ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ଅଭିଯୁକ୍ତ ଗୁରୁନାଥ ଶବର (୪୦ ବର୍ଷ) କୌଶଳ କ୍ରମେ ଖସି ପଳାଉଥିବା ବେଳେ ପୋଲିସ ଟିମ୍ କାବୁ କରି ଗାରାବନ୍ଧ ଥାନା ଆଣି ଅଟକ ରଖିଥିଲେ । ଦୁଶୀଳାଙ୍କ ମୁତ୍ଯୁ ହେବା ପରେ ତାଙ୍କୁ ଗିରଫ କରାଯାଇଛି। ପୋଲିସ ମୃତକ ଦୁଶୀଳାଙ୍କ ଶବକୁ ବ୍ୟବଛେଦ କରାଯାଇ, ଗାରାବନ୍ଧ ଥାନା ରେ ହତ୍ୟା ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.