ଜାଣନ୍ତୁ ବହୁତ ଶୁଭ ହୋଇଥାଏ ତୁଳସୀ ଗଛରେ ନାଲି ସୂତା ବାନ୍ଧିବା, ମିଳିଥାଏ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ

ପ୍ରାୟତଃ ଆପଣ ଦେଖିଥିବେ ଯେ ଅନେକ ଲୋକ ତୁଳସୀ ଗଛରେ ନାଲି କପଡା ବାନ୍ଧିଥିବାର । ହେଲେ କେବେ ଚିନ୍ତା କରିଛନ୍ତି ଯେ କାହିଁକି ଏପରି କରାଯାଏ ? ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କ’ଣ ପାଇଁ ତୁଳସୀ ଗଛରେ ନାଲି କପଡା ବନ୍ଧା ଯାଏ ଏବଂ ଏଥିରୁ ଆପଣଙ୍କୁ କିପରି ଲାଭ ମିଳିବ ।

ହିନ୍ଦୁ ଧର୍ମରେ ତୁଳସୀ ଗଛ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ଭାରତର ଅଧିକାଂଶ ଲୋକଙ୍କ ଘରେ ତୁଳସୀ ଗଛ ପୂଜା କରାଯାଏ । ସାଧାରଣତଃ ଘରେ ପ୍ରତିଦିନ ସକାଳେ ତୁଳସୀ ଗଛରେ ଜଳ ଚଢାଯାଏ ଏବଂ ସନ୍ଧ୍ୟାରେ ଏକ ଘିଅ ଦୀପ ଜଳାଯାଏ । ଏହା ସହିତ ଦେବଥାନି ଏକାଦଶିରେ ପୂରା ରୀତିନୀତିରେ ତୁଳସୀ ବିବାହ ଶିଳାଗ୍ରାମ ସହିତ କରାଯାଏ । ତୁଳସୀ ଗଛକୁ ଧାର୍ମିକ ଭାବରେ ଅନେକ ବିଶ୍ୱାସ କରାଯିବା ସହ ଆୟୁର୍ବେଦିକ ଓଷଧ ଭାବେ ବ୍ୟବହାର କରାଯାଏ । ପ୍ରାୟତଃ ଆପଣ ଦେଖିଥିବେ ଯେ ଅନେକ ଲୋକ ତୁଳସୀ ଗଛରେ ନାଲି କପଡା ବାନ୍ଧିଥିବାର । ହେଲେ କେବେ ଚିନ୍ତା କରିଛନ୍ତି ଯେ କାହିଁକି ଏପରି କରାଯାଏ ? ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କ’ଣ ପାଇଁ ତୁଳସୀ ଗଛରେ ନାଲି କପଡା ବନ୍ଧା ଯାଏ ଏବଂ ଏଥିରୁ ଆପଣଙ୍କୁ କିପରି ଲାଭ ମିଳିବ ।

ତୁଳସୀ ପୂଜା କିପରି କରିବେ :
ହିନ୍ଦୁ ଧର୍ମରେ ଯେକୌଣସି ପୂଜା ହେଉ ସେହି ସମୟରେ ହାତରେ ନାଲି ସୂତା ବନ୍ଧା ଯାଇଥାଏ । ସେହି ନାଲି ସୂତାକୁ ସୁରକ୍ଷା ସୂତ୍ର ଭାବେ ବିବେଚନା କରାଯାଏ । ପୂଜା ସମୟରେ ବନ୍ଧା ଯାଇଥିବା ନାଲି ସୂତାରେ ଭଗବାନଙ୍କ ଆଶୀର୍ବାଦ ରହିଥାଏ ବୋଲି ବିଶ୍ୱାସ କରାଯାଏ । ସୂତାର ରଙ୍ଗ ଲାଲ ହୋଇଥାଏ, କାରଣ ସେଥିରୁ ସକରାତ୍ମକ ଶକ୍ତି ମିଳିଥାଏ । ତେଣୁ ନାଲି ସୂତା ବାନ୍ଧିବା ଉଭୟ ଶରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ।

ତୁଳସୀ ଗଛରେ ଜଳ ଚଢାଯାଏ :
ଯଦି ଆପଣ ପ୍ରତିଦିନ ତୁଳସୀ ଗଛରେ ନିୟମିତ ଭାବେ ଜଳ ଢାଳନ୍ତି, ତେବେ ଆପଣଙ୍କୁ ଏଥିରୁ ଶୁଭ ଫଳାଫଳ ମିଳିବ । କିନ୍ତୁ ମନେରଖନ୍ତୁ ରବିବାର ଦିନ ତୁଳସୀ ଗଛରେ ଜଳ ଢାଳିବା ଓ ଗଛକୁ ଛୁଇଁବା ନିଷେଧ ହୋଇଥାଏ ।

ତୁଳସୀ ଗଛରେ କ୍ଷୀର ଢଳାଯାଏ :
ଯଦି ଆପଣ ପ୍ରତିଦିନ ତୁଳସୀ ଗଛରେ ପାଣି ସହିତ କ୍ଷୀର ଅର୍ପଣ କରନ୍ତି, ତେବେ ଆପଣ ଧନର ଦେବୀ ମା’ ଲକ୍ଷ୍ମୀ ଏବଂ ଶ୍ରୀ ହରି ବିଷ୍ଣୁଙ୍କ ଆଶୀର୍ବାଦ ପାଇବେ ।

ତୁଳସୀ ପୂଜା କିପରି କରିବେ :
ଏହି ପୂଜା କରିବା ପାଇଁ ପ୍ରଥମେ ଆପଣ ସକାଳେ ଉଠି ସ୍ନାନ କରିବା ଜରୁରୀ । ତା’ପରେ ଆପଣ ମା ’ଙ୍କୁ ହଳଦୀ, ନାଲି ସୂତା ଓ କୁଙ୍କୁମ ଅର୍ପଣ କରନ୍ତୁ । ଏହାପରେ ତୁଳସୀ ଗଛ ମୂଳରେ ଘିଅ ଦୀପ ଜଳାନ୍ତୁ ।

ତୁଳସୀ ଗଛରେ ନାଲି କପଡା ବାନ୍ଧିବାର ଲାଭ :
ହିନ୍ଦୁ ଧର୍ମରେ ନାଲି ସୂତାକୁ ସୁରକ୍ଷା ସୂତ୍ର ଭାବେ ବିବେଚନା କରାଯାଏ । ଏହି ପରିସ୍ଥିତିରେ ଯଦି ଆପଣ ତୁଳସୀ ଗଛରେ ରକ୍ଷାସୂତ୍ର ବାନ୍ଧନ୍ତି । ତାହେଲେ ଏପରି କରିବା ଦ୍ୱାରା ଭଗବାନଙ୍କର ଆପଣଙ୍କ ଉପରେ ଆଶୀର୍ବାଦ ରହିଥାଏ ।

ତୁଳସୀ ଗଛରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି :
ଏହା ବିଶ୍ୱାସ କରାଯାଏ ଯେ ଯେଉଁ ଘରେ ନିୟମିତ ଭାବରେ ତୁଳସୀ ଗଛ ପୂଜା କରାଯାଏ, ସେହି ଘରେ ଧନ ଦେବୀ ମା’ ଲକ୍ଷ୍ମୀ ବାସ କରନ୍ତି । ଏହା ବ୍ୟତୀତ ଯଦି ଆପଣ ପ୍ରତିଦିନ ତୁଳସୀ ଗଛରେ ମୂଳରେ ଘିଅ ଦୀପ ଜାଳନ୍ତି, ତେବେ ଆପଣଙ୍କ ଘରେ ସୁଖ ଓ ସମୃଦ୍ଧି ପରିପୂର୍ଣ୍ଣ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.