Below header

ଗଞ୍ଜେଇ ମାଫିଆଙ୍କ ଆତଙ୍କରାଜ୍: ଅବକାରୀ କର୍ମଚାରୀଙ୍କୁ ଠେଙ୍ଗା ଓ ଖଣ୍ଡାରେ ଆକ୍ରମଣ

ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କଲେ ଗଞ୍ଜେଇ ମାଫିଆ । ଆକ୍ରମଣରେ ଆଇଆଇସି ଓ କନଷ୍ଟେବଳ ଗୁରୁତର ଆହତ ।

କୋରାପୁଟ(କେନ୍ୟୁଜ୍): ଅବକାରୀ କର୍ମଚାରୀଙ୍କୁ ଠେଙ୍ଗା ଓ ଖଣ୍ଡାରେ ଆକ୍ରମଣ । ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କଲେ ଗଞ୍ଜେଇ ମାଫିଆ । ଆକ୍ରମଣରେ ଆଇଆଇସି ଦୁର୍ବଧଳା ବିଶ୍ୱାଳ ଓ କନଷ୍ଟେବଳ ମେଘନାଦ ଶବର ଗୁରୁତର ଆହତ ହୋଇଛନ୍ତି । ଖଣ୍ଡା, ଠେଙ୍ଗା ଓ ବନ୍ଧୁକ ଦେଖାଇ ଆକ୍ରମଣ କରିଥିଲେ ୨୫ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ।

କୋରାପୁଟ କୋଟପାଡ଼ ଥାନା ଘୋଡାଘାଟ ଗାଁରେ ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଛି । ଅବକାରୀ କର୍ମଚାରୀଙ୍କ ମୁଣ୍ଡରେ ଖଣ୍ଡା ଚୋଟ ବାଜିଛି । ଆଜି ସକାଳେ ତାଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଟିମ୍‌ ରାତିରେ ଚଢ଼ାଉ କରିଥିଲା । ୩ଟି ଟିମ୍‌ ବିଭିନ୍ନ ସ୍ଥାନରେ ଛକି ରହି ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିଲେ । ତେବେ ଜଙ୍ଗଲ ଭିତରେ ଚଢ଼ାଉ ବେଳେ ପ୍ରତି ଆକ୍ରମଣ କରିଥିଲେ ମାଫିଆ । ଆକ୍ରମଣକାରୀ ଛତିଶଗଡ ଅଞ୍ଚଳର ମାଫିଆ ବୋଲି ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.