Below header

ଅସୁସ୍ଥ ହାତୀକୁ କରାଯିବ ଟ୍ରାଙ୍କୁଲାଇଜ, ନନ୍ଦନକାନନରୁ ପହଞ୍ଚିଲେ ୫ଜଣିଆ ଟିମ୍

ଅସୁସ୍ଥ ହାତୀକୁ କରାଯିବ ଟ୍ରାଙ୍କୁଲାଇଜ । ଚିକିତ୍ସା ପାଇଁ ମୟୂରଝଲିଆ ହରିହରପୁର ଅଂଚଳର ବୋରବୋରଝର ଜଙ୍ଗଲରେ ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ନନ୍ଦନକାନନରୁ ୫ଜଣିଆ ଟିମ୍ ପ୍ରୟାସ ଜାରି ରଖିଛନ୍ତି ।

ଟାଙ୍ଗୀ (କେନ୍ୟୁଜ): ଅସୁସ୍ଥ ହାତୀକୁ କରାଯିବ ଟ୍ରାଙ୍କୁଲାଇଜ । ଚିକିତ୍ସା ପାଇଁ ମୟୂରଝଲିଆ ହରିହରପୁର ଅଂଚଳର ବୋରବୋରଝର ଜଙ୍ଗଲରେ ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ନନ୍ଦନକାନନରୁ ୫ଜଣିଆ ଟିମ୍ ପ୍ରୟାସ ଜାରି ରଖିଛନ୍ତି ।

ସୂଚନା ଅନୁସାରେ ପ୍ରଥମେ ପେନକିଲର ଦିଆଯାଇଛି ଏହାପରେ ଟ୍ରାଙ୍କୁଲାଇଜ କରିବ ଟିମ୍ । କିଛି ଦିନ ହେଲା ହାତୀଟି ଅସୁସ୍ଥ ହୋଇ କାଞ୍ଚନପୁର ଓ ହରିହରପୁର ଜଙ୍ଗଲରେ ବୁଲୁଥିଲା । ହାତୀ ଅସୁସ୍ଥ ଥିବା ଜାଣିପାରି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। ହାତୀର ବାମ ଗୋଡ଼ରେ ଆଘାତ ଲାଗିଥିବାରୁ ଠିକ ଭାବେ ଚାଲି ପାରୁ ନ ଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.