Below header

ବାଘ ନଦୀ ଗର୍ଭରେ ବେଆଇନ ପଥର ବ୍ଲାଷ୍ଟିଂ, କୋଟି କୋଟି ଟଙ୍କା ଲୁଟ୍ କରି ପଥର ବନ୍ଧ ନିର୍ମାଣ ହେଉଥିବା ଅଭିଯୋଗ

ଦିନ ଦିପହରରେ ନଦୀ ଗର୍ଭରେ ବେଆଇନ ପଥର ବ୍ଲାଷ୍ଟିଂ । ଶହେ ମିଟର ଦୂରରେ ନଦୀ କୂଳରେ ପଥର ବନ୍ଧ ନିର୍ମାଣ କାର୍ଯ୍ୟ ଚଲାଉଛି ଏକ ଘରେଇ ଠିକା ସଂସ୍ଥା ଠିକାଦାର ।ଫଳରେ ରାଜସ୍ୱହାନୀ ହେଉଥିବା ବେଳେ ଅଧିକ କମ୍ପନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ସେପଟେ ଯନ୍ତ୍ରୀ ଓ ଠିକାଦାର କିନ୍ତୁ ମାଲେମାଲ । ନିମ୍ନ ମାନର କାର୍ଯ୍ୟ ସହ ବିନା ସୂଚନା ଫଳକରେ କାର୍ଯ୍ୟ କରି କୋଟି କୋଟି ଟଙ୍କା ହଡ଼ପ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

କଣ୍ଟାମାଳ(କେନ୍ୟୁଜ):  ଦିନ ଦିପହରରେ ନଦୀ ଗର୍ଭରେ ବେଆଇନ ପଥର ବ୍ଲାଷ୍ଟିଂ । ଶହେ ମିଟର ଦୂରରେ ନଦୀ କୂଳରେ ପଥର ବନ୍ଧ ନିର୍ମାଣ କାର୍ଯ୍ୟ ଚଲାଉଛି ଏକ ଘରେଇ ଠିକା ସଂସ୍ଥା ଠିକାଦାର ।ଫଳରେ ରାଜସ୍ୱହାନୀ ହେଉଥିବା ବେଳେ ଅଧିକ କମ୍ପନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ସେପଟେ ଯନ୍ତ୍ରୀ ଓ ଠିକାଦାର କିନ୍ତୁ ମାଲେମାଲ । ନିମ୍ନ ମାନର କାର୍ଯ୍ୟ ସହ ବିନା ସୂଚନା ଫଳକରେ କାର୍ଯ୍ୟ କରି କୋଟି କୋଟି ଟଙ୍କା ହଡ଼ପ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ବୌଦ୍ଧ ସଦର ବ୍ଲକ ବାଉଁଶୁଣି ପଂଚାୟତ ଅନ୍ତର୍ଗତ ଡିମିରିପାଲି ବାଘନଦୀ କୂଳରେ ଜିଲ୍ଲା ଜଳ ସେଚନ ବିଭାଗ ପକ୍ଷରୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ନଦୀ କୂଳରେ ପଥର ବନ୍ଧ ନିର୍ମାଣ କାର୍ଯ୍ୟ ପାଇଁ ଭୁବନେଶ୍ୱର ସ୍ଵାତି ପ୍ରଧାନ ନାମକ ଏକ ଘରୋଇ ଠିକା ସଂସ୍ଥା କାର୍ଯ୍ୟ କରୁଥିବା ବେଳେ ବିନା ସୂଚନା ଫଳକରେ ପଥର ବନ୍ଧ ନିର୍ମାଣ କାର୍ଯ୍ୟ ଚାଲୁଛି । ଏହା ସହିତ ବେଆଇନ ଭାବେ ନଦୀ ଗର୍ଭରେ ବଡ଼ ବଡ଼ ପଥରକୁ ପାଞ୍ଚ ଫୁଟ ଭିତରେ ମେସିନ ସାହାଯ୍ୟରେ ଗର୍ତ୍ତ କରାଯାଇ ତା ଭିତରେ ବିସ୍ଫୋରକ ଭର୍ତ୍ତି କରାଯାଉଛି । ଆଉ ଦିନ ଦ୍ଵିପ୍ରହରରେ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ନଦୀ ଗର୍ଭରେ ଚଳାଇଛି ବ୍ଳ।ଷ୍ଟିଂ । ସେପଟେ ନିଦାବିଷ୍ଣୁ ଜିଲ୍ଲା ପ୍ରଶାସନ ରାଜସ୍ୱ ଓ ଖଣି ବିଭାଗ ନିୟମ ଅନୁଯାୟୀ କ୍ରସରରୁ ବିଲରେ ପଥର ଆଣି ବ୍ୟବହାର କରିବା କଥା ହେଲେ ଏହାକୁ ଖୁଲାଖୁଲି ଭାବେ ସରକାରୀ ନିୟମକୁ ଉଲଂଘନ କରି ମାଛ ତେଲରେ ମାଛ ଭାଜିବା ଆଳରେ ସେହି ସ୍ଥାନରେ ବେଆଇନ ପଥର ବ୍ଲାଷ୍ଟିଙ୍ଗ କରୁଛି ଠିକାଦାର। ଏହାଦ୍ୱାରା ନଦୀ ଗର୍ଭ ନଷ୍ଟ ହେଉଥିବା ବେଳେ ନିକଟରେ ୫୭ନଂ ଜାତୀୟ ରାଜପଥ କଡରେ ରହିଛି ବ୍ରିଜ ଓ ଜନ ବସତି ଏମିତି ବ୍ଲାଷ୍ଟି ହେଲେ ବ୍ରିଜ ର ସ୍ଥାୟୀତ୍ୱକୁ ନେଇ  ପ୍ରଶ୍ନ ଉଠିଛି। ତେବେ ଏହି କାର୍ଯ୍ୟ କରିବା ପାଇଁ କିଏ ଦେଲା ଅନୁମତି ବୋଲି ପ୍ରଶ୍ନ କରିଛନ୍ତି ଲୋକେ । ଶୀଘ୍ର ବ୍ଲାଷ୍ଟିଙ୍ଗ ବନ୍ଦ କରିବା ସହ ଠିକାଦାର ଓ ଯନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

ବାଘନଦୀରେ ବନ୍ୟା ଆସି ଚାଷ ଜମି ନଷ୍ଟ ହେବା ସହ ଗାଁ କୁ ପାଣି ପ୍ରବେଶ କରିଥାଏ । ଏନେଇ ଅଂଚଳବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଏନେଇ ଜିଲ୍ଲା ଜଳ ସେଚନ ବିଭାଗ ପକ୍ଷରୁ ପାଞ୍ଚକୋଟି ଟଙ୍କା ଅଟକଲ ମୂଲ୍ୟରେ ବାଉଁସୁଣୀ ଠାରୁ ଡ଼ିମିରିପାଲି ପର୍ଯ୍ୟନ୍ତ ନଦୀ କୂଳରେ ପଥର ବନ୍ଧ ନିର୍ମାଣ ପାଇଁ  ଉକ୍ତ ଠିକା ସଂସ୍ଥା ଗୋଟେ ବର୍ଷ ହେବ କାର୍ଯ୍ୟ କରୁଛି। ନିମ୍ନ ମାନର କାମ ସହ ନଦୀ ଗର୍ଭରେ ସରକାରଙ୍କ ବିନା ଅନୁମତିରେ ଯନ୍ତ୍ରୀଙ୍କ ସହ ମଧୁ ଚନ୍ଦ୍ରିକାରେ ଏଭଳି ବେଆଇନ ପଥର ବ୍ଲାଷ୍ଟିଙ୍ଗ କରି କୋଟି କୋଟି ଟଙ୍କା ଚଳୁ କରିଛି ଠିକାଦାର । ଏସବୁ ଯାଣିଶୁଣି ଭିତିରି ବୁଝାମଣା ଯୋଗୁଁ ଚୁପ ବସିଛି ରାଜସ୍ବ ଓ ଖଣି ବିଭାଗ ।

ଏନେଇ ଆମେ ବୌଦ୍ଧ ଜିଲ୍ଲା ଜଳ ସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ ଙ୍କୁ ପଚାରିବାରୁ ଏହା ଜିଲ୍ଲାପାଲଙ୍କ ଅଫିସରୁ ଅନୁମତି ମିଳିଛି  ଓ ଏହା କଣ୍ଟ୍ରୋଲ ବ୍ଲାଷ୍ଟି କାହାର କିଛି କ୍ଷତି ହେବ ନାହିଁ, ଏବଂ ନିମ୍ନ ମାନର କାର୍ଯ୍ୟ ହେଉଥିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ନଦୀ ଗର୍ଭରେ ପଥର ବ୍ଲାଷ୍ଟିଂ କରିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବ ନା ଗ୍ରୀନ ଟ୍ରିବୁନାଲ ଅନୁମତି ଦେବ ତାହା ତଦନ୍ତ ସାପେକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.