Below header

ଭଉଣୀର ବାହାଘର ସାରି କର୍ମକ୍ଷେତ୍ରକୁ ଫେରୁଥିବାବେଳେ ଆସିଲା ଯବାନ୍ ଭାଇର ମୃତ୍ୟୁ ଖବର, କାନ୍ଦ ବୋବାଳିରେ ଫାଟିଲା ଗାଁ ଦାଣ୍ଡ

ବାରିପଦା(କେନ୍ୟୁଜ୍‌): ଭଉଣୀର ବାହାଘର ସାରି କର୍ମକ୍ଷେତ୍ରକୁ ଫେରୁଥିବାବେଳେ ଆସିଲା ଭାଇର ମୃତ୍ୟୁ ଖବର। ଗତ ଶନିବାର ଗାଁରେ ପହଞ୍ଚିଥିଲା ମୃତ ଯବାନ ଚନ୍ଦ୍ରକାନ୍ତଙ୍କ ମୃତଦେହ। ତାଙ୍କ ମରଶରୀର ତାଙ୍କ ପୈତୃକ ଗାଁ ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଖାନୁଆ ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

କାନ୍ଦବୋବାଳିରେ ଫାଟି ପଡିଥିଲା ପରିବେଶ। ପରିବାର ବର୍ଗ ଓ ସାଙ୍ଗସାଥୀ ଶେଷ ଦର୍ଶନ କରିବା ପରେ ଶେଷକୃତ୍ୟ କରାଯାଇଥିଲା। ଗତ ୨ ସପ୍ତାହ ତଳେ ଚନ୍ଦ୍ରକାନ୍ତ ନିଜ ସାନଭଉଣୀର ବାହାଘରକୁ ଆସିଥିଲେ। ବାହାଘର ସାରି କର୍ମକ୍ଷେତ୍ରକୁ ଯାଉଥିବାବେଳେ ହରିୟାଣା ବାହାଦୁର ଗଡ଼ ରେଳ ଧାରଣା ନିକଟରୁ ମିଳିଥିଲା ମୃତଦେହ।

ଏହି ଖବର ମିଳିବା ପରେ ପରିବାର ଲୋକେ ସହଜରେ ବିଶ୍ୱାସ କରିପାରିନଥିଲେ। ଘଟଣାର ତଦନ୍ତ କରି ନ୍ୟାୟ ଦେବାକୁ ପରିବାରଲୋକେ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.