ଫିଟୁଛି ନକଲି ସୂଚନା ଅଧିକାରୀ କର୍ମୀର କଳା କାରନାମା, ୨୦୨୦ରେ ଦୁଇ ଜଣଙ୍କୁ କରିଥିଲା ହତ୍ୟା

ଫିଟୁଛି ନକଲି ସୂଚନା ଅଧିକାରୀ କର୍ମୀ କଣ୍ହୁ ପ୍ରଧାନର କଳା କାରନାମା। ୨୦୨୦ରେ କାଜୁ ଜଙ୍ଗଲ ହାତେଇବା ପାଇଁ ଦୁଇ ଜଣଙ୍କ ହତ୍ୟା କରିଥିଲା କାହ୍ନୁ। ଖୋର୍ଦ୍ଧା ଚାନ୍ଦପୁର ଥାନାରେ ଅଭିଯୁକ୍ତ ବିରୋଧରେ ଅନେକ ମାମଲା ରହିଛି। ଲିଜରେ ନେଇ ୩ଟି ମଦ ଦୋକାନ ଚଳାଉଥିବା ଅଭିଯୋଗ ହୋଇଛି।

ଖୋର୍ଦ୍ଧା (କେନ୍ୟୁଜ): ଫିଟୁଛି ନକଲି ସୂଚନା ଅଧିକାରୀ କର୍ମୀ କଣ୍ହୁ ପ୍ରଧାନର କଳା କାରନାମା। ୨୦୨୦ରେ କାଜୁ ଜଙ୍ଗଲ ହାତେଇବା ପାଇଁ ଦୁଇ ଜଣଙ୍କ ହତ୍ୟା କରିଥିଲା କାହ୍ନୁ। ଖୋର୍ଦ୍ଧା ଚାନ୍ଦପୁର ଥାନାରେ ଅଭିଯୁକ୍ତ ବିରୋଧରେ ଅନେକ ମାମଲା ରହିଛି। ଲିଜରେ ନେଇ ୩ଟି ମଦ ଦୋକାନ ଚଳାଉଥିବା ଅଭିଯୋଗ ହୋଇଛି। ଲୁଟ୍ ଟଂକାରେ ଥାଇଲାଣ୍ଡ ଯାଇ ମସାଜ୍ ନେଉଥିଲା ଅଭିଯୁକ୍ତ। ମାଷ୍ଟରମାଇଣ୍ଡ କାନହୁ ପ୍ରଧାନକୁ STF ଗିରଫ ପରେ ଖୋଲୁଛି ଗୁମର।

କାନହୁଚରଣ ଆକାଉଣ୍ଟରେ କୋଟି କୋଟି ଟଙ୍କା ଟ୍ରାଞ୍ଜକ୍ସନ ହୋଇଛି । ଏହି ଘଟଣାରେ ବ୍ରହ୍ମପୁରର କିଶୋର ମିଶ୍ରଂକୁ ଗତ ଶୁକ୍ରବାର ଗିରଫ କରାଯାଇଥିଲା ଅଭିଯୁକ୍ତ ନିକଟରୁ କିଛି ବ୍ୟାଙ୍କ ପାସବୁକ ଓ ଏଟିଏମ ଜବତ ହୋଇଛି । ସରକାରୀ କର୍ମଚାରୀଂକୁ ବ୍ଲାକମେଲ କରୁଥିଲେ ନକଲି ଆରଟିଆଇ କର୍ମୀ । ଲୋକଙ୍କୁ ଡରାଇ ଧମକାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । କୋରାପୁଟ ବସଷ୍ଟାଣ୍ଡରେ ନକଲି ଆଇକାର୍ଡ ପକାଇ ବୁଲୁଥିଲା କିଶୋର । ପୋଲିସର ସନ୍ଦେହ ହେବାକୁ ଅଭିଯୁକ୍ତକୁ ହେପାଜତକୁ ନିଆଯାଇଥିଲା । ତାଙ୍କ ଠାରୁ ଆଇ ଆଣ୍ଡ ପିଆର ର ନକଲି ଆଇକାର୍ଡ଼ ପାଇଥିଲା ପୋଲିସ। ୨ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଆଣିପାରେ STF । ଅଭିଯୁକ୍ତଂକ ଆକାଉଣ୍ଟ ତଥ୍ୟ ଦେବା ପାଇଁ RBIକୁ ଚିଠି ଲେଖିଛି STF।