ପୂରଣ ହେଲା ସ୍ୱପ୍ନ, ନାଳ ଉପରେ ପୋଲ ତିଆରି କରି ଗାଁ ଲୋକଙ୍କ ହୃଦୟ ଜିତିଲେ ସରକାର

ବଲାଙ୍ଗୀର ଜିଲ୍ଲା ମୁରିବାହଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବେହେରାଖାଇ ଗାଁର ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରୁଥିଲେ । ଜାମଚୁଆ ନାଳ ଦେଇ ଗାଁ ଲୋକଙ୍କୁ ପଞ୍ଚାୟତ କାର୍ଯ୍ୟଳୟ କିମ୍ବା ସହରାଞ୍ଚଲକୁ ଯିବାକୁ ଛାତିଏ ପାଣି ପାର୍‌ କରି ଯିବାକୁ ପଡୁଥିଲା । ବର୍ତ୍ତମାନ ପ୍ରଶାସନ ଗାଁ ଲୋକଙ୍କ କଥା ଶୁଣିଛି ।

ଅନେକ ଦିନର ସ୍ୱପ୍ନ ପୂରଣ ହେଲା । ଗାଁରେ ଯିବା ଆସିବା କରିବା ପାଇଁ ଖଣ୍ଡିଏ ପୋଲ ନଥିଲା । କିନ୍ତୁ ଗାଁ ଲୋକଙ୍କ ଦୁଃଖ ଏବେ ଦୂର ହୋଇଛି । ନାଳ ଉପରେ ତିଆରି ହୋଇଛି ପୋଲ । ପୂର୍ବରୁ ଛାତିଏ ପାଣି ପାର୍‌ କରି ସହରକୁ ଯାଉଥିଲେ ଗାଁ ବାସିନ୍ଦା । କିନ୍ତୁ ପୋଲ ନିର୍ମାଣ ହେବା ପରେ ଏ କଷ୍ଟ ଦୂର ହୋଇଛି । ଏନେଇ ଲୋକଙ୍କ ଖୁସି କହିଲେ ନସରେ । ଗାଁ ରୁ ସହର କିମ୍ବା ଅନ୍ୟ କୌଣସି ଅଫିସ ଗ୍ରାମ ପଞ୍ଚାୟତ ଯିବାକୁ ହେଲେ ନଦୀ ଭିତରେ ପଶି ଯିବାକୁ ପଡୁଥିଲା । ଛୋଟ ଛୋଟ ପିଲା ଏବଂ ଛାତ୍ରଛାତ୍ରୀ ମାନେ ରାସ୍ତା ନଥିବାରୁ ସ୍କୁଲ ଯିବାକୁ ହଇରାଣ ହେଉଥିଲେ । ହେଲେ ଏବେ ଆଉ କୌଣସି ସମସ୍ୟା ଦେଖାଯିବ ନାହିଁ । ରାଜ୍ୟ ସରକାର ଗାଁରୁ ସହରାଞ୍ଚଳକୁ ସଂଯୋଗ ପାଇ ଗାଁରେ ଥିବା ଛୋଟିଆ ନାଳ ଉପରେ ଏକ ସେତୁ ନିର୍ମାଣ କରିଛନ୍ତି । ଚଳିତ ଅଗଷ୍ଟ ୧୫ ତାରିଖ ବ୍ଲକ ପ୍ରଶାସନ ଏହି ସେତୁର ଉଦ୍ଘାଟନ କରିଛନ୍ତି । ଗାଁ ଲୋକଙ୍କ ସମସ୍ୟା ବୁଝି ସରକାର ଏହି ପୋଲ ନିର୍ମାଣ କରିଛନ୍ତି । ତେଣୁ ଗାଁ ଲୋକେ ସରକାରଙ୍କୁ ଦେଇଛନ୍ତି ଧନ୍ୟବାଦ ।

ବଲାଙ୍ଗୀର ଜିଲ୍ଲା ମୁରିବାହଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବେହେରାଖାଇ ଗାଁର ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରୁଥିଲେ । ହଠାତ କେହି ଅସୁସ୍ଥ ହୋଇପଡ଼ିଲେ ତାକୁ ତୁରନ୍ତ ଡାକ୍ତରଖାନାକୁ ମଧ୍ୟ ନେଇ ପାରୁ ନଥିଲେ ଗାଁ ଲୋକେ । ଗର୍ଭବତୀ ମହିଳାଙ୍କ କଥା ତ ନକହିବା ଭଲ । ଲଗାଣ ବର୍ଷା ହେଲେ ପାଣିର ସୁଅ ଏତେ ବଢ଼ିଯାଏ ଯେ ଗାଁ ଲୋକଙ୍କୁ ଚିନ୍ତା ଘାରେ । କେମିତି ସହର ସହ ଯୋଗାଯୋଗ କରିବେ ଏହି ଚିନ୍ତାରେ ରହୁଥିଲେ ଗ୍ରାମବାସୀ । ଜାମଚୁଆ ନାଳ ଦେଇ ଗାଁ ଲୋକଙ୍କୁ ପଞ୍ଚାୟତ କାର୍ଯ୍ୟଳୟ କିମ୍ବା ସହରାଞ୍ଚଲକୁ ଯିବାକୁ ଛାତିଏ ପାଣି ପାର୍‌ କରି ଯିବାକୁ ପଡୁଥିଲା । ଅନେକ ସମୟରେ ପ୍ରଶାସନକୁ ଦ୍ରୁଷ୍ଟି ଆକର୍ଷଣ କରିଥିବା ବେଳେ କୌଣସି ସୁଫଳ ମିଳିନଥିଲା । କିନ୍ତୁ ବର୍ତ୍ତମାନ ପ୍ରଶାସନ ଗାଁ ଲୋକଙ୍କ କଥା ଶୁଣିଛି । ଗୁଡିଘାଟ ସରପଞ୍ଚ ମନରେଗା ଯୋଜନାରେ ନାଳ ଉପରେ ଏକ ସେତୁ ନିର୍ମାଣ କରାଇଛନ୍ତି । ଯାହା ଫଳରେ ବର୍ତ୍ତମାନ ଗାଁ ଲୋକେ ନିଜ ଗାଡ଼ି ମଟର ଧରି ଆରାମରେ ପୋଲ ଦେଇ ପାର୍‌ ହେଉଛନ୍ତି । ଗାଁର ଅବସ୍ଥା ବି ଭଲ ନାହିଁ । ଗାଁ ରେ ରହିଛି ମାଟି ରାସ୍ତା । ଛୋଟମୋଟ କାମ କରି ଗାଁ ଲୋକମାନେ ତେଲ ଲୁଣର ସଂସାର ଚଳାନ୍ତି । ଏହି ପୋଲ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି କରି ଆସୁଥିଲା ବେଳେ ପ୍ରଶାସନ ତାଙ୍କ ଗୁହାରି ଶୁଣିଛି । ଏବଂ ଏକ ପୋଲ ନିର୍ମାଣ କରି ଲୋକଙ୍କ ସମସ୍ୟା ଦୂର କରିଛି ।

ଚଳିତ ଅଗଷ୍ଟ ୧୫ ତାରିଖ ସ୍ଵାଧୀନତା ଦିବସରେ ଗୁଡିଘାଟର ସରପଞ୍ଚ ଅଧକ୍ଷତାରେ ବିଡିଓ ମୁରିବାହାଲ ବିଡିଓଙ୍କ ମୁଖ୍ୟ ଅତିଥିରେ ସେତୁ ଉଦ୍ଘାଟନ କରାଯାଇଛି । ଏହି ସେତୁ ଉଦ୍ଘାଟନ ହେବା ଯୋଗୁ ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତର ବାରବନ୍ଦ, ବେହେରାଖାଇ, ସୁକୁନିପଦର, କୁଟନିଝରନ, ରାନୀସିଲେଟ ଗାଁର ଲୋକଙ୍କ ଖୁସି କହିଲେ ନସରେ । ଏହି ଗାଁ ଲୋକ ଏବେ ପଞ୍ଚାୟତ ଅଫିସ କିମ୍ବା ଟିଟିଲାଗଡ, କଣ୍ଟାବାଞ୍ଜି ସହରକୁ ସିଧାସଳଖ ଯାଇ ପାରିବେ । ଏନେଇ ଗାଁ ଲୋକ ଖୁସି ଥିବା ବେଳେ ପ୍ରଶାସନ ସହଯୋଗରେ ଆଜି ଏହି ସେତୁ ନିର୍ମାଣ ହୋଇ ପଡ଼ିଥିବା ନେଇ ପ୍ରଶାସନ ଏବଂ ଗାଁ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗାଁ ଲୋକେ ଆଉ ବର୍ଷା ହେଲେ ଚିନ୍ତା କରିବେନି କାହିଁକି ନା ଏବେ ନିର୍ମାଣ ହୋଇଯାଇଛି ପୋଲ । ଏହି ପୋଲରେ ଯେତେବେଳେ ଇଚ୍ଛା ସେତେବେଳେ ଯାଇ ପାରିବେ ଏମାନେ । ପିଲା ମାନେ ସ୍କୁଲକୁ ଯିବା ସହ ପ୍ରସୂତିଙ୍କୁ ଠିକ ସମୟରେ ହସ୍ପିଟାଲରେ ମଧ୍ୟ ପହଞ୍ଚାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.