ସଲମାନଙ୍କ ନ୍ୟୁ ବାଲ୍ଡ ଲୁକ୍‌ର ଭିଡିଓ ହେଲା ଭାଇରାଲ, ଫ୍ୟାନ୍ସ କହିଲେ ‘ତେରେ ନାମ ୨’ର ସ୍କ୍ରିପ୍ଟ ରେଡି’

ବଲିଉଡ ଭାଇଜାନ ସଲମାନ ଖାନ ତାଙ୍କ ନୂଆ ଲୁକ୍‌ ପାଇଁ ଚର୍ଚ୍ଚାରେ ଅଛନ୍ତି । ତେବେ ଏହି ଲୁକର ଭିଡିଓ ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେଉଛି । ସେ ମୁମ୍ବାଇରେ ଏକ ପାର୍ଟିକୁ ଯାଉଥିବା ସମୟର ଭିଡିଓଟି ଭାଇରାଲ ହୋଇଛି ।

ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ ତାଙ୍କ ଅପକମିଂ ପିଲ୍ମ ‘ଟାଇଗର ୩’କୁ ନେଇ ପ୍ରାୟତଃ ଚର୍ଚ୍ଚା ରହୁଛନ୍ତି । ଏବେ ପୁଣି ସୋସିଆଲ ମିଡିଆରେ ସଲମାନଙ୍କ ନ୍ୟୁ ବାଲ୍ଡ ଲୁକ୍‌ର ଏକ ଭିଡିଓ ଭାଇରାଲ ହେଉଛି । ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି । ଅଗଷ୍ଟ ୨୦ ତାରିଖରେ ବଲିଉଡ ଭାଇଜାନ ମୁମ୍ବାଇର ଏକ ପାର୍ଟିରେ ନ୍ୟୁ ବାଲ୍ଡ ଲୁକ୍‌ରେ ନଜର ଆସିଛନ୍ତି । ଯାହାର ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଲୁକ୍‌କୁ ଦେଖି ଫ୍ୟାନ୍ସଙ୍କ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ, ସଲମାନ ଖାନ୍‌ଙ୍କ ‘ତେରେ ନାମ ୨’ ପ୍ରସ୍ତୁତ ହେଉଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସଲମାନ ଖାନ୍‌ କାରରୁ ବାହାରକୁ ବାହାରିବାର ଭିଡିଓ ଦେଖିବା ପାଇଁ ମିଳିଛି । ସେ ମୁମ୍ବାଇରେ ଏକ ପାର୍ଟିକୁ ଯାଉଥିବା ସମୟର ଭିଡିଓଟି ଭାଇରାଲ ହୋଇଛି । ସେହି ଭିଡିଓରେ ଭାଇ ଭାଇ ଚିଲାଉ ଥିବାର ସ୍ୱର ଶୁଣିବା ପାଇଁ ମିଳିଛି । ଏହା ପରେ ଫ୍ୟାନ୍ସ ସଲମାନଙ୍କ ଏହି ଲୁକ୍‌କୁ ନେଇ ବହୁତ ପ୍ରଶଂସା କରିଛନ୍ତି । ଏହା ସହ ଫଟୋ ଓ ଭିଡିଓ ମଧ୍ୟ କରିଛନ୍ତି ।

ସଲମାନଙ୍କ ଏହି ଲୁକ୍‌ରେ ଫ୍ୟାନ୍ସଙ୍କ ଭିନ୍ନ ଭିନ୍ନ ରିଆକ୍ସନ ଦେଖିବା ପାଇଁ ମିଳିଛି । ତେବେ ଭାଇଜାନ ତାଙ୍କ ଏହି ଲୁକ୍‌ ବିଷୟରେ କିଛି କହିନାହାନ୍ତି । ହେଲେ ଫ୍ୟାନ୍ସଙ୍କ ଅନୁମାନ ଯେ ଫିଲ୍ମ ‘ତେରେ ନାମ ୨’ ହେବା ପାଇଁ ରେଡି ହେଉଛି । ଜଣେ ଫ୍ୟାନ୍‌ ଭିଡିଓରେ ରିଆକ୍ସନ ଦେଖ ଲେଖିଛନ୍ତି, ‘ତେରେ ନାମ ୨’ର ସ୍କ୍ରିପ୍ଟ ରେଡି’, ‘ଶାୟଦ ତେରେ ନାମ ୨ ଆସିବା ପାଇଁ ଯାଉଛି’ । ଅନ୍ୟ ଜଣେ ଲେଖିଲେ ‘ତେରେ ନାମ ୨’ କମିଙ୍ଗ ସୁନ୍‌ ।

ତେବେ ସଲମାନ ଖାନ୍‌ ଏବେ ୨୦୨୩ର ବହୁ ପ୍ରତିକ୍ଷିତ ଫିଲ୍ମ ‘ଟାଇଗର ୩’ର ରିଲିଜ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଫିଲ୍ମରେ ପୁଣି ସଲମାନ ଓ କ୍ୟାଟ୍ରିନା ଏକା ସହିତ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.