Below header

ଭିଜିଲାନ୍ସ ଜାଲରେ କେନ୍ଦୁଝର ବାଂଶପାଳ BEO କାର୍ଯ୍ୟାଳୟର କୋଟିପତି କନିଷ୍ଠ କିରାଣୀ

ବାଂଶପାଳ(କେନ୍ୟୁଜ୍):  ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ବାଂଶପାଳ BEO କାର୍ଯ୍ୟାଳୟର କନିଷ୍ଠ କିରାଣୀଙ୍କ ଘରେ ଚଢାଉ ଚାଲିଛି । ତାଙ୍କ ନାଁ ଗଙ୍ଗାଧର ସାହୁ । ତାଙ୍କର ଜେଲ୍‌ ରୋଡ଼ ସ୍ଥିତ ସରକାରୀ ବାସଭବନ, ଭାଲୁକିପାଳତାରେ ଥିବା ଘର, ତାଳପଡ଼ା ସ୍ଥିତ ପୈତୃକ ଘର, ସରାଶପଶି ସ୍ଥିତ ଶ୍ୱଶୁର ଘରେ ରେଡ୍‌ ହୋଇଛି । ସେହିପରି ତେଲକୋଇରେ ଥିବା ସମ୍ପର୍କୀୟଙ୍କ ଘର ଓ ବାଂଶପାଳ BEO କାର୍ଯ୍ୟାଳୟରେ ବି ରେଡ୍‌ ଚାଲିଛି ।

ଗଙ୍ଗାଧର ସାହୁଙ୍କର କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ରହିଛି । କେନ୍ଦୁଝର ସହରରେ ଥିବା ୩ମହଲା ଘରର ଆନୁମାନିକ ମୂଲ୍ୟ ୧କୋଟି ହେବ । ଭାଲୁକି ପାଟଳୀରେ ରହିଛି ଗୋଟିଏ ପ୍ଲଟ । ୧୨ଲକ୍ଷ ୭୫ ହଜାର ଟଙ୍କାର ବ୍ୟାଙ୍କ ଓ ଇନସ୍ୟୁରାନସ ଜମା ରହିଛି । ଏହାସହ ୯ଲକ୍ଷ ଟଙ୍କା ମୂଲ୍ୟର କାର୍‌ ଥିବାବେଳେ ଦୁଇଟି ଦୁଇ ଚକିଆ ଗାଡି ଜବତ କରିଛି ଭିଜିଲାନ୍ସ । ଏକକାଳୀନ ୫ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ । ଚଢାଉରେ ୩ଜଣ ଡିଏସ୍‌ପି, ୫ଜଣ ଇନିସପେକ୍ଟର, ୨ଜଣ ଏଏସଆଇ ଓ ଭିଜିଲାନ୍‌ସର ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.