Below header

ଡ. ଦ୍ବିତୀଚନ୍ଦ୍ର ସାହୁଙ୍କୁ ମିଳିଲା ଅନ୍ତର୍ଜାତୀୟ ସମ୍ମାନ, ସ୍ତମ୍ଭ ଲେଖା ପାଇଁ ସାଉଥ ଏସିଆ ଲାଡଲି ମିଡିଆ ଆୱାର୍ଡ-୨୦୨୩

"ଝିଅ କେବଳ ଝିଅ ନୁହେଁ" ପାଇଁ ଭାରତ ପ୍ରାନ୍ତରୁ ଡ. ଦ୍ବିତୀଚନ୍ଦ୍ରଙ୍କୁ ଚୟନ କରାଯାଇଛି

() ଲିଙ୍ଗଗତ ବୈଷମ୍ୟ ଆଧାରିତ ସ୍ତମ୍ଭ ରଚନା ଲାଗି ସ୍ତମ୍ଭକାର ତଥା ଗବେଷକ ଡ. ଦ୍ବିତୀଚନ୍ଦ୍ର ସାହୁଙ୍କୁ ସମ୍ମାନଜନକ ଅନ୍ତର୍ଜାତୀୟ ସମ୍ମାନ ମିଳିଛି । ସାଉଥ ଏସିଆ ଲାଡ଼ଲି ମିଡିଆ ଆୱାର୍ଡରେ ସମ୍ମାନିତ କରାଯାଇଛି । ମୁମ୍ବାଇର ଟାଟା ଥିଏଟର ହଲ ଠାରେ ଗତ ୧୨ ତାରିଖରେ ଆୟୋଜିତ ହୋଇଥିଲା ଏକ ସ୍ୱତନ୍ତ୍ର ସମାରୋହ । ସମଗ୍ର ଦକ୍ଷିଣ ଏସିଆ ମହାଦେଶର ବିଭିନ୍ନ ପ୍ରାନ୍ତରର ମିଡିଆ ବ୍ୟକ୍ତିତ୍ବ ଓ ବୁଦ୍ଧିଜୀବୀଙ୍କ ସମାବେଶ ମଧ୍ୟରେ ଡ. ସାହୁଙ୍କୁ ମୁଖ୍ୟ ଅତିଥି ବଲିଉଡ ଅଭିନେତ୍ରୀ ରଶିକା ଦୁଗଲ ଏଇ ସମ୍ମାନରେ ସମ୍ମାନିତ କରିଥିଲେ ।

ଦୈନିକ ଧରିତ୍ରୀ ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶିତ ଡ଼ଃ ଦ୍ବିତୀଚନ୍ଦ୍ରଙ୍କ ସ୍ତମ୍ଭ “ଝିଅ କେବଳ ଝିଅ ନୁହେଁ” ପାଇଁ ଭାରତ ପ୍ରାନ୍ତରୁ ଡ. ଦ୍ବିତୀଚନ୍ଦ୍ରଙ୍କୁ ଚୟନ କରାଯାଇଛି । ଏହି ସମାରୋହରେ ୟୁଏନଏଫପିଏର ଭାରତ ଓ ଭୁଟାନ ଦେଶ ପ୍ରମୁଖ ଏଣ୍ଡରୁ ମ୍ୟାରୀ ବଜନିଆର, ବଲିଉଡ ଅଭିନେତ୍ରୀ ଋଷିକା ଦୁଗଲ, ଅଭିନେତ୍ରୀ କୋଙ୍କଣା ସେନ ଶର୍ମା, ବଲିଉଡ ନିର୍ଦ୍ଦେଶିକା ରାଧିକା ରାଓ, ସମ୍ପାଦିକା ଫେମିନା ମିସ ଇଣ୍ଡିଆ ଭୀମଲ ପାଟିଲ ପ୍ରମୁଖ ଯୋଗ ଦେଇଥିଲେ । ଆହୁରି ମଧ୍ୟ ଜାତୀୟ ଫିଲ୍ମ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶିକା ଅରୁଣା ରାଜେ ପାଟିଲ, ନାରୀ ଶକ୍ତିର ପ୍ରତୀକ ଭାଓରୀ ଦେବୀ, ଥିଏଟର ବ୍ୟକ୍ତିତ୍ବ ନାଦିରା ବାବର, କମଳା ପାଣ୍ଡେଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତିତ୍ବ ଅତିଥି ଭାବେ ଯୋଗ ଦେଇଥିଲେ ।

ପିପୁଲସ ଫାଷ୍ଟର ସିଇଓ ଏ ଏଲ ଶାରଦା ଏହାକୁ ସଞ୍ଚାଳନ କରିଥିଲେ । ରାୟଗଡସ୍ଥ ବିଲେଷୁ ଉଚ୍ଚ ବିଦ୍ୟାଳୟର ଟିଜିଟି ଶିକ୍ଷକ ଭାବେ କର୍ମରତ ଦ୍ବିତୀଚନ୍ଦ୍ର ପ୍ରବୃତ୍ତିରେ ଜଣେ ଲେଖକ । ରାଜ୍ୟ ଶିକ୍ଷକ ସମ୍ମାନରେ ସମ୍ନାନିତ ଡ଼ଃ ସାହୁ ଉଭୟ ଶିକ୍ଷା ଓ ସାହିତ୍ୟ ପାଇଁ ରାଜ୍ୟ ଓ ଜାତୀୟ ସ୍ତରରେ ବହୁ ସମ୍ମାନରେ ସମ୍ମାନିତ ।

ladli-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.