ଏସଆରଏଫଟିଆଇ ପକ୍ଷରୁ‘ଚଳଚ୍ଚିତ୍ର ଶିକ୍ଷାରେ ପରିବର୍ତ୍ତନ’ ଉପରେ ଜାତୀୟ ସ୍ତରୀୟ ସେମିନାର

ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍‌ (ଏସଆରଏଫଟିଆଇ) ପକ୍ଷରୁ ‘ଚଳଚ୍ଚିତ୍ର ଶିକ୍ଷାରେ ପରିବର୍ତ୍ତନ’ ଜାତୀୟ ସେମିନାର

କୋଲକାତା : ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍‌ (ଏସଆରଏଫଟିଆଇ) ପକ୍ଷରୁ ‘ଚଳଚ୍ଚିତ୍ର ଶିକ୍ଷାରେ ପରିବର୍ତ୍ତନ’ ଜାତୀୟ ସେମିନାର ଆରମ୍ଭ ହେଉଛି । ଏହା ଡିସେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ସାରା ଦେଶର ୧୦ରୁ ଅଧିକ ଅନୁଷ୍ଠାନ ଏଥିରେ ଅଂଶଗ୍ରହଣ କରିବେ । ପ୍ରଥମଥର ପାଇଁ ସିନେମା ଶିକ୍ଷା ଉପରେ ତର୍ଜମା ଲାଗି ଏକ ସେମିନାର କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଅତିରିକ୍ତ ସଚିବ ନୀରଜ ଶେଖର ଏହି ସେମିନାରକୁ ଉଦଘାଟନ କରିବେ । ୟୁଜିସିର ଯୁଗ୍ମ ସଚିବ ଅବିଚଲ ରାଜ କପୁର ଅଭିଭାଷଣ ରଖିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.