Below header

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ, ଭୂତଳ ପାଇପରେ ଜଳସେଚନର ବ୍ୟବସ୍ଥା ରାଜ୍ୟରେ ପ୍ରଥମ

ବଲାଙ୍ଗିରରୁ ଆରମ୍ଭ ହେଲା ନୂଆବର୍ଷର ବିକାଶ । ବଲାଙ୍ଗିରରେ ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଜିଲ୍ଲାର ୨୦୦ରୁ ଅଧିକ ଗାଁର ୮୦ ହଜାରରୁ ଅଧିକ ଚାଷୀଙ୍କ ଲକ୍ଷାଧିକ ଏକର ଜମିକୁ ମାଡ଼ିବ ପାଣି ।

ବଲାଙ୍ଗିର (କେନ୍ୟୁଜ) :  ସତ ହେଲା ପଶ୍ଚିମ ଓଡ଼ିଶାର ସୁକତେଲ୍ ସ୍ବପ୍ନ । ଆଜି ନେଲା ବାସ୍ତର ରୂପ । ବଲାଙ୍ଗିରରେ ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁତକେଲ୍ ପ୍ରକଳ୍ପ ସହ ୩୦୫ କୋଟି ଟଙ୍କାର ୬୯ଟି ପ୍ରକଳ୍ପର ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ୨ହଜାର ୨୨୦ କୋଟିର ୧୧୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଜଳସେଚନର ଲାଇଫଲାଇନ୍ ସୁକତେଲ ପ୍ରକଳ୍ପ । ଦୁଇ ଜିଲ୍ଲାର ୨୦୦ରୁ ଅଧିକ ଗାଁର ୮୦ ହଜାରରୁ ଅଧିକ ଚାଷୀଙ୍କ ଲକ୍ଷାଧିକ ଏକର ଜମିକୁ ମାଡ଼ିବ ପାଣି । ୫ହଜାର ୨୮୪ କିଲୋମିଟର ଦୀର୍ଘ ଜଳସେଚନ ବ୍ୟବସ୍ଥା ହୋଇଛି । ବଲାଙ୍ଗିର ଜିଲ୍ଲାର ୨ଟି ସହରାଞ୍ଚଳର ହଜାର ହଜାର ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ । ଏହି ପ୍ରକଳ୍ପରୁ ଭୂତଳ ପାଇପ ଯୋଗେ ଜଳସେଚନ ବ୍ୟବସ୍ଥା କରାଯିବ । ଯାହାଦ୍ବାରା ଜଳସେଚନ ସମୟରେ ଜଳ ଅପଚୟ ହେବ ନାହିଁ ଓ ଭୂତଳ ଜଳସ୍ତର ବି ବୃଦ୍ଧି ପାଇବ ।

ଲୋୟର ସୁକତେଲରୁ ଭୂତଳ ପାଇପରେ ଜଳସେଚନର ବ୍ୟବସ୍ଥା ରାଜ୍ୟରେ ପ୍ରଥମ । ଚାଷୀଙ୍କ ଜମି ଅଧିଗ୍ରହଣ ସମସ୍ୟାକୁ ବାଦ ଦେବା ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି । ୧୯୯୮ରେ ସୁକତେଲ ପ୍ରକଳ୍ପକୁ ସରକାର ମଞ୍ଜୁର ଦେଇଥିଲେ । ୨୦୧୨ରେ ଆରମ୍ଭ ହୋଇଥିଲା କାମ । ୨୯ ଗାଁର ୧୨ ହଜାର ପରିବାର ବିସ୍ଥାପିତ ହୋଇଛନ୍ତି । ୨୩ ବର୍ଷ ଧରି ବାଦ ବିବାଦ ପରେ ଏବେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.