ମଝି ଚିଲିକାରୁ ଉଦ୍ଧାର ହେଲେ ସମସ୍ତ ଡଙ୍ଗା ଯାତ୍ରୀ, ଦେଢ଼ ଘଣ୍ଟା ଧରି ଫସି ରହିଥିଲେ

ଦେଢ଼ ଘଣ୍ଟା ପରେ ମଝି ଚିଲିକାରୁ ସୁରକ୍ଷିତ ଉଦ୍ଧାର । ସାତପଡ଼ା ଚିଲିକାରେ ଫସିଥିବା ଡଙ୍ଗାରୁ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହଯୋଗରେ ସେମାନଙ୍କୁ ଜହ୍ନିକୁଦା ଘାଟରୁ ଉଦ୍ଧାର କରାଯାଇଛି । ଯାତ୍ରୀବାହୀ ଡ଼ଙ୍ଗାର ମେସିନ ଖରାପ ହୋଇଥିଲା । ଫଳରେ ଚିଲିକା ମଝିରେ ଫସିଥିଲେ ୨୫ରୁ ଅଧିକ ଯାତ୍ରୀ ।

ଚିଲିକା (କେନ୍ୟୁଜ): ଦେଢ଼ ଘଣ୍ଟା ପରେ ମଝି ଚିଲିକାରୁ ସୁରକ୍ଷିତ ଉଦ୍ଧାର । ସାତପଡ଼ା ଚିଲିକାରେ ଫସିଥିବା ଡଙ୍ଗାରୁ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହଯୋଗରେ ସେମାନଙ୍କୁ ଜହ୍ନିକୁଦା ଘାଟରୁ ଉଦ୍ଧାର କରାଯାଇଛି । ଯାତ୍ରୀବାହୀ ଡ଼ଙ୍ଗାର ମେସିନ ଖରାପ ହୋଇଥିଲା । ଫଳରେ ଚିଲିକା ମଝିରେ ଫସିଥିଲେ ୨୫ରୁ ଅଧିକ ଯାତ୍ରୀ । ଡଙ୍ଗାରେ ଯାତ୍ରୀଙ୍କ ସହ ୧୦ଟି ବାଇକ ବି ରହିଥିଲା । ସାତପଡ଼ାରୁ ଯାତ୍ରୀଙ୍କୁ ନେଇ ସକାଳ ସାଢ଼େ ୧୦ଟାରେ ଡଙ୍ଗାଟି ଜହ୍ନିକୁଦା ଅଭିମୁଖେ ଯାଉଥିଲା । ଏତିକିବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମଏଁସା ଗାଁ ନିକଟ ଚିଲିକା ମଝିରେ ଅଟକି ଯାଇଥିଲା ।

ସେହିପରି ଡିସେମ୍ବର ୨୦ ତାରିଖ ଦିନ ଚିଲିକା ମଝିରେ ଅଟକିଥିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାଟି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅଧିନସ୍ଥ ଜହ୍ନିକୁଦା ଘାଟରୁ ସାତପଡା ଘାଟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧା ବାଟରେ ଅଟକି ଯାଇଛି । ଏହି ଡଙ୍ଗାରେ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ବେଳେ ୪୦ ରୁ ଉର୍ଦ୍ଧ୍ବ ଗାଡି-ମୋଟର ଓ ସାଇକେଲ ଥିବା ଜଣାପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.