ପ୍ରେମ ହେଲା କାଳ: ବୁଲିବାକୁ ଯାଇ ପ୍ରେମିକ ଓ ସାଙ୍ଗଙ୍କ ଦ୍ୱାରା ଗଣ ଦୁଷ୍କର୍ମର ଶିକାର ହେଲେ ନାବାଳିକା

ବିଶାଖାପାଟଣାରେ ଓଡିଆ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ଏକା ବେଳକେ ୧୪ଜଣ ଅମଣିଷ, ନାବାଳିକାଙ୍କୁ କରିଛନ୍ତି ଦୁଷ୍କର୍ମ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ । ଏହି ମାମଲାରେ ୧୨ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରେମିକ ଓ ତା ସାଙ୍ଗ ଫେରାର ଅଛନ୍ତି।

ଭୁବନେଶ୍ୱର (ବ୍ୟୁରୋ): ବିଶାଖାପାଟଣାରେ ଓଡିଆ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ଏକା ବେଳକେ ୧୪ଜଣ ଅମଣିଷ, ନାବାଳିକାଙ୍କୁ କରିଛନ୍ତି ଦୁଷ୍କର୍ମ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ । ଏହି ମାମଲାରେ ୧୨ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରେମିକ ଓ ତା ସାଙ୍ଗ ଫେରାର ଅଛନ୍ତି।

ଡିସେମ୍ବର ୨୭ତାରିଖରେ ପୀଡ଼ିତା ନିଜ ପ୍ରେମିକ ସହ ବୁଲିବାକୁ ଯାଇଥିଲେ। ପରେ ପ୍ରତାରଣା କରି ପ୍ରେମିକ ଏବଂ ତାର ସାଙ୍ଗ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଘଟଣା ପରେ ନାବାଳିକା ଜଣକ RK ବିଚ୍ ରେ ଥିବା ବେଳେ କିଛି ଫଟୋଗ୍ରାଫର୍ ତାଙ୍କୁ ସହାୟତା କରିବାକୁ କହି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ପକ୍ଷରୁ ନିଖୋଜ ନେଇଏତଲା ଦିଆଯିବା ପରେ ପୋଲିସ ତଦନ୍ତ କରିଥିଲା।

ପରେ ସେମାନଙ୍କୁ ବିଶାଖାପାଟନମର ଏକ ପାଖ ଗାଁରୁ ଉଦ୍ଧାର କରାଯାଇଥିଲା । ନାବାଳିକାଙ୍କ ଘର ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବୋଲି ଜଣାପଡ଼ିଛି । ପୀଡିତାଙ୍କ ସୂଚନାକୁ ଆଧାର କରି ବିଶାଖାପାଟନମ୍ ପୋଲିସ ୧୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଝାଡଖଣ୍ଡର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଟ୍ରାକ କରିବାକୁ ପ୍ରଚେଷ୍ଟା ଚଳାଇଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.