ସ୍କୁଲ ବସ୍‌ ପାଇଁ ଆସିଲା ନୂଆ ଗାଇଡ୍‌ଲାଇନ୍‌, ଅଗ୍ନି ନିର୍ବାପକ ଯନ୍ତ୍ର ସହ ଫାଷ୍ଟ ଏଡ଼ ରହିବା ବାଧ୍ୟତାମୂଳକ

ସ୍କୁଲ ବସ ପାଇଁ ଆସିଲା ଗାଇଡଲାଇନ । ଗାଇଡଲାଇନ ଆଣିଲେ ସଡକ ଓ ପରିବହନ ବିଭାଗ । ବସର ଆଗ ଓ ପଛରେ ସ୍କୁଲ ବସ ବୋଲି ଲେଖା ରହିବ । ଏହା ସହିତ ଅଗ୍ନି ନିର୍ବାପକ ଯନ୍ତ୍ର ସହ ଫାଷ୍ଟ ଏଡ଼ ରହିବା ବାଧ୍ୟତାମୂଳକ । ଝରକା ଗୁଡିକୁ ଲୁହା ଗ୍ରୀଲରେ ଆବଦ୍ଧ କରାଯିବ । ୫୦ କିଲୋମିଟରରୁ ଅଧିକ ସ୍ପୀଡ଼ରେ ଚାଲିପାରିବନି ବସ ।

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ବସ ପାଇଁ ଆସିଲା ଗାଇଡଲାଇନ । ଗାଇଡଲାଇନ ଆଣିଲେ ସଡକ ଓ ପରିବହନ ବିଭାଗ । ବସର ଆଗ ଓ ପଛରେ ସ୍କୁଲ ବସ ବୋଲି ଲେଖା ରହିବ । ଏହା ସହିତ ଅଗ୍ନି ନିର୍ବାପକ ଯନ୍ତ୍ର ସହ ଫାଷ୍ଟ ଏଡ଼ ରହିବା ବାଧ୍ୟତାମୂଳକ । ଝରକା ଗୁଡିକୁ ଲୁହା ଗ୍ରୀଲରେ ଆବଦ୍ଧ କରାଯିବ । ୫୦ କିଲୋମିଟରରୁ ଅଧିକ ସ୍ପୀଡ଼ରେ ଚାଲିପାରିବନି ବସ । ବସରେ ସ୍କୁଲର ନାମ ଓ ନମ୍ବର ରହିବା ବାଧ୍ୟତାମୂଳକ । ବସ ଡୋରଟି ଭଲ ଭାବେ ଲକ ହେଉଥିବା ଆବଶ୍ୟକ ।

ସେହିପରି ଗାଡି ଚଲାଉଥିବା ଡ୍ରାଇଭର ଭ୍ୟାଲିଡ଼ ଲାଇସେନ୍ସ ରଖିବା ଜରୁରୀ । ୫ ବର୍ଷ ଭାରିଯାନ ଚଳାଇବା ନେଇ ଅଭିଜ୍ଞତା ରହିବା ଆବଶ୍ୟକ । ସ୍କୁଲ ବସରେ କଣ୍ଡକ୍ଟର ଓ ଡ୍ରାଇଭର ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ । ସ୍କୁଲ ବ୍ୟାଗ ରଖିବା ପାଇଁ ଦୁଇ ସିଟ ମଧ୍ୟରେ ସ୍ପେସ ରହିବା ଦରକାର । ଗାଡ଼ିରେ ଫିଟନେସ ସାର୍ଟିଫିକେଟ ଓ ରୁଟ ଚାର୍ଟ ରହିବା ଜରୁରୀ ବୋଲି ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ବାରମ୍ବାର ସ୍କୁଲ୍‌ ବସ୍‌ ଦୁର୍ଘଟଣା ଘଟୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.