ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଆମିର ଖାନଙ୍କ ଲାଡଲି, ଯାହାର ଫଟୋ ଓ ଭିଡିଓ ହେଉଛି ଭାଇରାଲ

ଆଜିଠାରୁ ଏହି ଦମ୍ପତିଙ୍କ ବିବାହର କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ସେହି ଫଟୋରେ ଆମିର ଖାନଙ୍କ ସମସ୍ତ ପରିବାର ସମସ୍ତ ବିବାହ ରୀତିନୀତି ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ।

ବର୍ତ୍ତମାନ ଆମିର ଖାନ୍‌ ତାଙ୍କ ଝିଅ ଇରା ଖାନଙ୍କ ବିବାହାକୁ ନେଇ ବ୍ୟସ୍ତ ଅଛନ୍ତି । ତେବେ ଇରା ଖାନ କିଛି ଦିନ ମଧ୍ୟରେ ତାଙ୍କ ବୟେଫ୍ରେଣ୍ଡ ନୁପୁର ଶିଖରଙ୍କୁ ସହ ବିବାହା କରିବା ପାଇଁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି । ତେବେ ଆଜିଠାରୁ ଏହି ଦମ୍ପତିଙ୍କ ବିବାହର କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ସେହି ଫଟୋରେ ଆମିର ଖାନଙ୍କ ସମସ୍ତ ପରିବାର ସମସ୍ତ ବିବାହ ରୀତିନୀତି ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ।

ଇରା ଖାନଙ୍କ ବିବାହ ପାଇଁ ଆମିର ଖାନ୍‌ଙ୍କ ଦୁଇ ଜଣ ଏକ୍ସ ଓ୍ଵାଇଫ୍‌ କିରଣ ରାଓ ଏବଂ ରେନା ଦତ୍ତା ମଧ୍ୟ ଏକା ସହିତ ନଜର ଆସିଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓଗୁଡିକରେ କିରଣ ରାଓ କାରରୁ ବାହାରୁଥିବା ନଜର ଆସିଛନ୍ତି । ତେବେ ଏହି ଭଳି ଭାବେ ଇରାଙ୍କ ବିବାହ ପାଇଁ ତାଙ୍କ ପୂରା ପରିବାର ଏକାଠି ନଜର ଆସିଛନ୍ତି ।

ଏହା ସହ ଆମିର ଖାନଙ୍କ ପ୍ରଥମ ପତ୍ନୀ ରେନା ଦତ୍ତା ମଧ୍ୟ ସବୁଜ ରଙ୍ଗର ଶାଢୀରେ ଘରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ସେ ତାଙ୍କ ହେବାକୁ ଥିବା ଜ୍ୱାଇଁ ନୁପୁରଙ୍କ ସହିତ ଫଟୋ ମଧ୍ୟ ଉଠାଇଛନ୍ତି । ତେବେ ଏହି ମଉକାରେ ରେନା ଦତ୍ତଙ୍କ ଘରକୁ ମଧ୍ୟ ଫୁଲରେ ସଜାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଏପରି ମଧ୍ୟ ଦେଖିବାକୁ ମିଳିଛି ଯେ, ସେହି ସମୟରେ ମଧ୍ୟ ଆମିର ଖାନ ସେଠାରେ ନଜର ଆସିନାହାନ୍ତି ।

ସୂଚନା ମୁତାବକ, ଆଜି ଇରା ଏବଂ ନୁପୁର କୋର୍ଟରେ ବିବାହ କରିବେ । ବିବାହ ପରେ ଆମିର ଖାନ ତାଙ୍କ ମୁମ୍ବାଇରେ ତାଙ୍କ ବିବାହ ରିସେପ୍ସନ ଦେବେ, ଯେଉଁଠାରେ ବଲିଉଡର ସମସ୍ତ ସେଲିବ୍ରିଟି ଯୋଗଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.