ରାଜଧାନୀବାସୀ ସାବଧାନ ! ବାହାରେ ଅଳିଆ ପକାଇଲେ ଫାଇନ କାଟିବ BMC 

ରାଜଧାନୀରେ ଖୋଲାରେ ଅଳିଆ ପକାଇଲେ  ଆଉ ମିଳିବନି ନିସ୍ତାର । ଏଣିକି ଅଳିଆ ଜମାକାରୀଙ୍କଠାରୁ ମୋଟା ଅଙ୍କର ଫାଇନ କାଟିବ ବିଏମ୍‌ସି ।  ବିଭିନ୍ନ ସଙ୍ଘ ସହ ବୈଠକ କରି ସଚେତନତା କରାଯାଇଛି ।  ଅଳିଆ ସଂଗ୍ରହ ପାଇଁ BMC ଗାଡି ଯିବ । ରାସ୍ତା ଉପରେ ଅଳିଆ ପକାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ BMC ।

ଭୁବନେଶ୍ୱର (କେନ୍ୟୁଜ): ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟତା ଦିଗରେ ବିଏମସିର ଆଉ ଏକ ପଦକ୍ଷେପ ।  ରାଜଧାନୀରେ ଖୋଲାରେ ଅଳିଆ ପକାଇଲେ  ଆଉ ମିଳିବନି ନିସ୍ତାର । ଏଣିକି ଅଳିଆ ଜମାକାରୀଙ୍କଠାରୁ ମୋଟା ଅଙ୍କର ଫାଇନ କାଟିବ ବିଏମ୍‌ସି ।  ବିଭିନ୍ନ ସଙ୍ଘ ସହ ବୈଠକ କରି ସଚେତନତା କରାଯାଇଛି ।  ଅଳିଆ ସଂଗ୍ରହ ପାଇଁ BMC ଗାଡି ଯିବ । ରାସ୍ତା ଉପରେ ଅଳିଆ ପକାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ BMC । ଯେଉଁ ଦୋକାନ ଖିଲାପ କରିବେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ । ଏନେଇ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।

ସେହିପରି ରାଜଧାନୀର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ଅବର୍ଜନା ଦୀର୍ଘଦିନ ଧରି ଜମା ହୋଇ ରହିବା ଫଳରେ ରାସ୍ତାରେ ସର୍ବସାଧାରଣଙ୍କ ଯାତାୟତରେ ଘୋର ଅସୁବିଧା ସୃଷ୍ଠି ହେବା ସାଙ୍ଗକୁ ସମଗ୍ର ଅଞ୍ଚଳ ପ୍ରଦୂଷିତ ହେଉଛି । ରାସ୍ତାକଡ଼ରେ ଜମାହୋଇ ରହୁଥିବା ପ୍ଲାଷ୍ଟିକ ଜରି,ବୋତଲ ଆଦି ସହିତ ଯାବତୀୟ ବର୍ଜ୍ୟବସ୍ତୁ ଏବେ ରାଜଧାନୀର ପରିବେଶକୁ ଖରାପ କରିଦେଉଛି । ବିଏମସି ଅଳିଆ ପାହାଡ ହଟାଇବା ନାଁ ଧରୁ ନ ଥିବା ବେଳେ ପୁରା ଅଞ୍ଚଳ ପୁତ୍ତି ଗନ୍ଧମୟ ହେଲାଣିା ଏସବୁ ମଧ୍ୟରେ ରାଜଧାନୀବାସୀଙ୍କୁ ଚେତାଇଛନ୍ତି ଭୁବନେଶ୍ବର ମହାନଗର ନିଗମ କମିଶନର ବିିଜୟ ଅମୃତା କୁଲାଙ୍ଗେ।

ସେ କହିଛନ୍ତି, ଓଦା ଓ ଶୁଖିଲା ଆବର୍ଜନା ଅଲଗା ଆସୁ ନ ଥିବାରୁ ଟ୍ରିଟମେଣ୍ଟ୍ ପ୍ଲାଣ୍ଟରେ ସମସ୍ୟା ହେଉଛିା   ପୃଥକ ପୃଥକ ଅଳିଆ ଦିଅନ୍ତୁ , ନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଳିଆ ଆଣିବାକୁ ଦୁଆରମୁହଁକୁ ଗାଡ଼ି ଯାଉଥିବା ବେଳେ ପୃଥକ ଭାବେ ଦେବାକୁ ଅନୁରୋଧ କରୁଛି। ଯେଉଁମାନେ ଏଥିରେ ସହଯୋଗ କରୁ ନାହାନ୍ତି, ନିୟମ ପାଳନ କରୁ ନାହାନ୍ତି ବିଏମସି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି କମିଶନର ବିିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

 

You might also like