ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଉପବାସ ବ୍ରତ ରଖିବେ ପ୍ରଧାନମନ୍ତ୍ରୀ ମୋଦି, ସରଯୁ ନଦୀରେ କରିପାରନ୍ତି ସ୍ନାନ

ପ୍ରାଣ ପ୍ରତିଷ୍ଠାର ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପହଞ୍ଚିବେ । ମୋଦି ଏହି ଦିନ ଉପବାସ ବ୍ରତ ରଖିବେ । ଏହା ପୂର୍ବରୁ ୧୬ ତାରିଖରେ ପିଏମ୍‌ ମୋଦିଙ୍କ ସଂକଳ୍ପିତ ଅକ୍ଷତ ଅଯୋଧ୍ୟାରେ ପହଞ୍ଚିବ । ଅକ୍ଷତ ଆସିବା ପରେ ୭ ଦିବସୀୟ ବିଧି ଆରମ୍ଭ ହେବ ।

ଅଯୋଧ୍ୟାରେ ଜାନୁୟାରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜନ ହେବ । ଏଥିପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି । ଏହାରି ଭିତରେ ଗୁପ୍ତ ମତଦାନ ଜରିଆରେ ମନ୍ଦିର ପାଇଁ ମୂର୍ତ୍ତି ଚୟନ ସରିଯାଇଛି । ପ୍ରାଣ ପ୍ରତିଷ୍ଠାର ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପହଞ୍ଚିବେ । ମୋଦି ଏହି ଦିନ ଉପବାସ ବ୍ରତ ରଖିବେ । ଏହା ପୂର୍ବରୁ ୧୬ ତାରିଖରେ ପିଏମ୍‌ ମୋଦିଙ୍କ ସଂକଳ୍ପିତ ଅକ୍ଷତ ଅଯୋଧ୍ୟାରେ ପହଞ୍ଚିବ । ଅକ୍ଷତ ଆସିବା ପରେ ୭ ଦିବସୀୟ ବିଧି ଆରମ୍ଭ ହେବ ।

ପଣ୍ଡିତମାନଙ୍କ ଅନୁସାରେ, ଏହି ଦିନ ଶାସ୍ତ୍ରୀୟ ବିଧି ପରମ୍ପରା ମୁତାବକ, ଯଜମାନ ସାରା ଦିନ ଉପବାସ ବ୍ରତ ରଖି ସମସ୍ତ ଧାର୍ମିକ ବିଧି ପାଳନ କରିବେ । ଯେହେତୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପିଏମ୍‌ ମୋଦି ଯଜମାନ ରୂପେ ଦାୟିତ୍ୱ ସମ୍ପାଦନ କରିବେ, ତେଣୁ ସେ ସାରା ଦିନ ଉପବାସରେ ରହିବେ ।

ଅଯୋଧ୍ୟାର ହନୁମତ ନିବାସର ମହନ୍ତ ମିଥିଳେଶ ନନ୍ଦନୀ ଶରଣ କହିଛନ୍ତି ଯେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ଯଜମାନଙ୍କ ପାଇଁ ପବିତ୍ର ନଦୀରେ ସ୍ନାନ କରିବା ମଧ୍ୟ ଜରୁରୀ ହୋଇଥାଏ । ତେଣୁ କୁହାଯାଉଛିି, ପିଏମ୍‌ ମୋଦି ମଧ୍ୟ ଅଯୋଧ୍ୟାର ପବିତ୍ର ସରଯୁ ନଦୀରେ ସ୍ନାନ କରିପାରନ୍ତି । କହି ରଖୁଛୁ, ଏହା ପୂର୍ବରୁ ୨୦୨୧ରେ କାଶୀ ବିଶ୍ୱନାଥ କରିଡର ଲୋକାର୍ପଣ ସମୟରେ ପିଏମ୍‌ ମୋଦି ଗଙ୍ଗାରେ ସ୍ନାନ କରି ପୂଜାପାଠରେ ଭାଗ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.