ଅଦାନୀ ଗ୍ରୁପକୁ ସୁପ୍ରିମ ଆଶ୍ବସ୍ତି : ୩ ମାସରେ ବାକି ଥିବା ତଦନ୍ତ ସାରିବାକୁ SEBIକୁ ନିର୍ଦ୍ଦେଶ

ଅଦାନୀ ଗ୍ରୁପକୁ ସୁପ୍ରିମ ଆଶ୍ବସ୍ତି । ଅଦାନୀ ଗ୍ରୁପ ନାଁରେ ଆସିଥିବା ଅଭିଯୋଗ ଉପରେ ଏସଆଇଟି ତଦନ୍ତ ହେବ ନାହିଁ । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ବା ସେବି ତଦନ୍ତ ଜାରି ରହିବ । ଅଦାନୀ-ହିଣ୍ଡନବର୍ଗ ରିପୋର୍ଟ ପ୍ରସଙ୍ଗରେ ଆଜି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।

ନୂଆଦିଲ୍ଲୀ: ଅଦାନୀ ଗ୍ରୁପକୁ ସୁପ୍ରିମ ଆଶ୍ବସ୍ତି । ଅଦାନୀ ଗ୍ରୁପ ନାଁରେ ଆସିଥିବା ଅଭିଯୋଗ ଉପରେ ଏସଆଇଟି ତଦନ୍ତ ହେବ ନାହିଁ । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ବା ସେବି ତଦନ୍ତ ଜାରି ରହିବ । ଅଦାନୀ-ହିଣ୍ଡନବର୍ଗ ରିପୋର୍ଟ ପ୍ରସଙ୍ଗରେ ଆଜି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, ମାମଲାରେ ସେବିର ତଦନ୍ତ ରିପୋର୍ଟ ଠିକ । ମାମଲା ସେବିରୁ ଏସଆଇଟିକୁ ହସ୍ତାନ୍ତର କରିବାର କୌଣସି ଆଧାର ନାହିଁ । SEBIର ନିୟମ ଅନୁସାରେ ତଦନ୍ତ ଚାଲିବ । ୩ ମାସରେ ବାକି ଥିବା ତଦନ୍ତ ସାରିବାକୁ SEBIକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏସମ୍ପର୍କିତ ମାମଲାରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ. ବି ପର୍ଦ୍ଦିିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ୩ ଜଣିଆ ଖଣ୍ଡପୀଠ ।

ଗତବର୍ଷ ନଭେମ୍ବର ୨୪ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରହିଥିଲା । ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡନବର୍ଗ ଏକ ରିପୋର୍ଟ ଜାରି କରିଥିଲା । ଯେଉଁଥିରେ ଶିଳ୍ପପତି ଗୌତମ ଅଦାନୀଙ୍କ ସବୁ କମ୍ପାନୀ ବିରୋଧରେ ସଙ୍ଗୀନ ଅଭିଯୋଗ ସାମନାକୁ ଆସିଥିଲା । ଷ୍ଟକ ମାର୍କେଟରେ ସେୟାର ମୂଲ୍ୟରେ ଅଦାନୀ ଗ୍ରୁପ ହେରଫେର କରୁଥିବା ନେଇ ହୋଇଥିଲା ଅଭିଯୋଗ । ଏହି ମାମଲାରେ କୋର୍ଟଙ୍କ ତତ୍ତ୍ବାବଧାନରେ SIT କମିଟି ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଏହାପରେ ସୁପ୍ରିମକୋର୍ଟ ମାମଲାର ତଦନ୍ତ କରିବାକୁ ସେବିକୁ ନିର୍ଦ୍ଦେଶ ଦେଇଥିଲେ। ସେବି ତଦନ୍ତ କରି ଷ୍ଟାଟସ ରିପୋର୍ଟ ଦାଖଲ କରିବା ପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.