Below header

ଓଜେଏସ ପରୀକ୍ଷାରେ ୪୮ତମ ସ୍ଥାନ ଅଧିକାର କରି ସଫଳତା ପାଇଲେ କୋରାପୁଟ ଝିଅ ଦୀକ୍ଷା

ଶିକ୍ଷା ହେଉଛି ସଫଳ ଜୀବନର ପ୍ରଥମ ପାହାଚ। ଚରିତ୍ର ଗଠନ ସହ ଶିକ୍ଷା ଜୀବନକୁ ଗଢିଥାଏ। ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଓ ସୁସଙ୍ଗଠିତ କରିଥାଏ। ତେବେ ମନର ଦୃଢ଼ ଇଛା ଶକ୍ତି ବଳରେ ଜଣେ ଯେକୌଣସି ଲକ୍ଷ୍ୟକୁ ପୂରଣ କରିପାରେ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କୋରାପୁଟର ସୁନା ଝିଅ ଦୀକ୍ଷା ସେଠ ।

କୋରାପୁଟ(କେନ୍ୟୁଜ): ଶିକ୍ଷା ହେଉଛି ସଫଳ ଜୀବନର ପ୍ରଥମ ପାହାଚ। ଚରିତ୍ର ଗଠନ ସହ ଶିକ୍ଷା ଜୀବନକୁ ଗଢିଥାଏ। ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଓ ସୁସଙ୍ଗଠିତ କରିଥାଏ। ତେବେ ମନର ଦୃଢ଼ ଇଛା ଶକ୍ତି ବଳରେ ଜଣେ ଯେକୌଣସି ଲକ୍ଷ୍ୟକୁ ପୂରଣ କରିପାରେ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କୋରାପୁଟର ସୁନା ଝିଅ ଦୀକ୍ଷା ସେଠ । ଯିଏ ଓଜେଏସରେ ପାଇଛନ୍ତି ସଫଳତା । ସତ କହିବାକୁ ଗଲେ ପରିଶ୍ରମ ହିଁ ସଫଳତାର ଚାବି କାଠି । ସେହିପରି ଏହି ସୁନା ଝିଅ ଦୀକ୍ଷା ଯିଏ ସଫଳତାର ପାହାଚ ଚଢି ଚଢି ଆଜି ନିଜ ପିତାମାତାଙ୍କୁ ଗର୍ବିତ କରିଛନ୍ତି। ଓଜେଏସ ପରୀକ୍ଷାରେ ସେ ୪୮ ତମ ସ୍ଥାନ ଅଧିକାର କରିଛନ୍ତି ।

ତେବେ ସମାଜର ନିମ୍ମ ବର୍ଗର ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବାରେ ସହାୟତା କରିବା ହେଉଛି ତାଙ୍କର ପ୍ରଧାନ ଲକ୍ଷ୍ୟ । ପିଲାଟି ଦିନରୁ ନ୍ୟାୟ ବ୍ୟବସ୍ଥା ପ୍ରତି ଦୁର୍ବଳତା ଥିବା ଦୀକ୍ଷା ଉତ୍କଳ ବିଶ୍ବ ବିଦ୍ୟାଳୟ ରେ ଓକିଲାତି ପାସ୍ କରିବା ପରେ ଏଲଏଲଏମ କରିଛନ୍ତି ଏବେ ସେ ଓଜେଏସ ପାଇବା ପରେ ବେଶ ଖୁସି ପ୍ରକଟ କରିଛନ୍ତି । ଜେଜେ ବାପାଙ୍କ ବାପା ଗାଁ ରେ ପଂଚ ଥିଲେ । ଗ୍ରାମଲୋକଙ୍କୁ ନ୍ୟାୟ ପ୍ରଦାନ କରୁଥୁଲେ । ଏବେ ନାତୁଣି ବି ଲଢିବେ ନ୍ୟାୟ ପାଇଁ ।

କୋରାପୁଟ ଡିଏନକେ କଲୋନିରେ ରହୁଛନ୍ତି ଦୀକ୍ଷାଙ୍କ ପରିବାର । ବାପା ବସନ୍ତ କୁମାର ସେଠ, ଦୃଷ୍ଟିହୀନ ସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ । ମା ଶ୍ରୀମତୀ ସ୍ନେହଲତା ଦେଇ ଶିକ୍ଷୟତ୍ରୀ । ଜଣେ ଭାଇ ଅଛନ୍ତି । ତେବେ ଦୀକ୍ଷା ପ୍ରାଥମିକ ଶିକ୍ଷା କୋରାପୁଟ ସରସ୍ବତୀ ଶିଶୁ ମନ୍ଦିର ସ୍କୁଲରେ ପାଠ ସାରିବା ପରେ, ଯୁକ୍ତ ୨ କଟକ କଳିଙ୍ଗ ଭାରତୀ ପଢିଥିଲେ । ପରେ ଉତ୍କଳ ବିଶ୍ବ ବିଦ୍ୟାଳୟରୁ ଇଣ୍ଟିଗ୍ରେଟେଡ ଲ ସହ ଏଲଏଲଏମ କରିଛନ୍ତି ।

ତେବେ ଏହି ସଫଳତା ପଛରେ ଭଗବାନଙ୍କର ଆଶୀର୍ବାଦ, ସ୍ୱର୍ଗତ ଜେଜେବାପା, ଜେଜେବାପାଙ୍କ ବାପା, ,ବାପା,ମା ,ପିୟୁସି, ମାଉସୀ ସମସ୍ତଙ୍କର ପ୍ରେରଣା ଓ ଆଶୀର୍ବାଦ ଥିବା ସେ କହିଛନ୍ତି । ଏପଟେ ଦୀକ୍ଷାଙ୍କ ସଫଳତାରେ ପରିବାରର ଖୁସି କହିଲେ ନସରେ । କାହିଁକିନା ଝିଅ ଆଜି ସୁନାମ ଆଣିଛି । କଠିନ ପରିଶ୍ରମର ଉଚିତ୍ ଫଳ ପାଇଛି । ତେଣୁ କିଭଳି ଆଗକୁ ସମାଜର ହିତ ସାଧନା କରି ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବେ ଏବଂ ନିଜ ପରିବାରକୁ ଗର୍ବିତ କରିବେ ଦୀକ୍ଷା ଏବେ ସେହି ଦିଗରେ ଦୃଢ଼ମନା .ହେୋଇ କାମ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.