Below header

ନଥିଲା ସୂଚନା ଫଳକ ! ପୋଲ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ଯୁବକ ମୃତ

ଆଠମଲ୍ଲିକ(କେ ନ୍ୟୁଜ): ଆଠମଲ୍ଲିକ ଠାରୁ ଲୁହାସିଙ୍ଗା ୧୭ କିମି ପୂର୍ତ୍ତ ରାସ୍ତା କୁ ୧୬ କୋଟି ଟଙ୍କା ବିନିମୟ ରେ ନବୀକରଣ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସ୍ଥାନ ରେ ପୋଲ ନିର୍ମାଣ ପାଇଁ ଗାତ ଖୋଳା ଯାଇଛି । ମାତ୍ର ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାର ଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଉକ୍ତ ସ୍ଥାନ ଗୁଡିକ ରେ ବାରମ୍ବାର ଦୁର୍ଘଟଣା ଘଟି ମୃତାହତ ହେଉଥିବାର ଅଭିଯୋଗ ହୋଇଛି ।

DEATH-1 ସୋମବାର ପ୍ରାୟ ରାତି ୮ ଟା ବେଳେ ଜାମୁଡୋଳି ଗାଁ ର ଚିତ୍ରସେନ ସାହୁ ବାଇକ ଯୋଗେ ଏହି ରାସ୍ତା ଦେଇ ଯିବା ବେଳେ ସୂଚନା ଫଳକ ର ଅଭାବରୁ ରାସ୍ତା ଜାଣିନପାରି ଖୋଳା ଯାଇଥିବା ଖାତ ରେ ପଡି ମୃତ୍ୟୁ ମୁଖ ରେ ପଡିଥିବା ଲୁହାସିଙ୍ଗା ଗ୍ରାମର ସୁଶାନ୍ତ ଦେହୁରୀ ପ୍ରକାଶ କରିଛନ୍ତି ।

DEATH-2

ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ କର୍ଣ୍ଣ ଅନୁରୂପ ଅଭିଯୋଗ କରି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.