ମୟୁରଭଞ୍ଜ କୁଟେଇତୁଣ୍ଡି ମନ୍ଦିରରେ ପୂଜା ପାଇ ଆସୁଥିବା ବୃଷଭଙ୍କୁ ଭାଙ୍ଗିଲେ ଦୁର୍ବୃତ୍ତ, ଶହ ଶହ ବର୍ଷ ପୁରୁଣା ଏହି ମନ୍ଦିର ଓଡ଼ିଶାରେ ବିରଳ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା କିଚେକେଶ୍ଵରୀ । ମା ଙ୍କ ନିକଟରୁ କିଛି ଦୂରରେ ଅବସ୍ଥିତ କୁଟେଇତୁଣ୍ଡି ମନ୍ଦିର। ଏହି କୁଟେଇତୁଣ୍ଡି ମନ୍ଦିରରେ ଦୀର୍ଘ ଦିନ ପୂଜା ପାଇ ଆସୁଥିବା ବୃଷଭଙ୍କୁ ଭାଙ୍ଗିଲେ ଦୁର୍ବୃତ୍ତ । ବିଳମ୍ବିତ ରାତ୍ରିରେ କେହି ନଥିବା ସୁଯୋଗ ନେଇ ଭାଙ୍ଗି ଦେଇଥିବାର ଅନୁମାନ କରୁଛନ୍ତି ସେବାୟତ । ବୃଷଭଙ୍କ ମୁହଁ ଏବଂ ଗୋଡ଼କୁ ସଂପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି । ଏହି ମନ୍ଦିରଟି ଦେବତ୍ତର ବିଭାଗ ଦାୟିତ୍ଵରେ ଅଛି ।

templeଶହ ଶହ ବର୍ଷ ପୁରୁଣା ଏହି ମନ୍ଦିର ଓଡ଼ିଶାରେ ବିରଳ । ଏହି ମନ୍ଦିରରେ ପୂଜା ପାଉଛନ୍ତି ଶିବ ଠାକୁର । ଏହି ମନ୍ଦିରଟି ସଂପୂର୍ଣ୍ଣ କଳାମୁଗୁନି ପଥର ରେ ନିର୍ମାଣ କରାଯାଇଛି । ଏହି ମନ୍ଦିରର ବିଶେଷ୍ଯତ ହେଉଛି ପଶ୍ଚିମ ମୁଖା ମନ୍ଦିର । ପଶ୍ଚିମ ମୁଖା ମନ୍ଦିରରେ ଶିବ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.