Below header
Browsing Tag

miscreant

ଅସୁରକ୍ଷିତ ହୋଇ ପଡୁଛି ରାଜଧାନୀ, ପୁଣି ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ

ଭୁବନେଶ୍ବର(କେନ୍ୟୁଜ୍): ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛି ରାଜଧାନୀ ଭୁବନେଶ୍ବର। ପୁଣି ରାଜଧାନୀରେ ଘରେ ପଶି ମାରଣାତ୍ମକ ଆକ୍ରମଣ। ଭୁବନେଶ୍ୱର ଝରପଡା ଜଗନ୍ନାଥ ନଗରର ଲେନ-୪ରେ ଘଟିଛି ଏହି ଘଟଣା ।  ଆହତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣର ଲୂଟ ହୋଇଥିବା ଅନୁମାନ…

ମୟୁରଭଞ୍ଜ କୁଟେଇତୁଣ୍ଡି ମନ୍ଦିରରେ ପୂଜା ପାଇ ଆସୁଥିବା ବୃଷଭଙ୍କୁ ଭାଙ୍ଗିଲେ ଦୁର୍ବୃତ୍ତ, ଶହ ଶହ ବର୍ଷ ପୁରୁଣା ଏହି…

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା କିଚେକେଶ୍ଵରୀ । ମା ଙ୍କ ନିକଟରୁ କିଛି ଦୂରରେ ଅବସ୍ଥିତ କୁଟେଇତୁଣ୍ଡି ମନ୍ଦିର। ଏହି କୁଟେଇତୁଣ୍ଡି ମନ୍ଦିରରେ ଦୀର୍ଘ ଦିନ ପୂଜା ପାଇ ଆସୁଥିବା ବୃଷଭଙ୍କୁ ଭାଙ୍ଗିଲେ ଦୁର୍ବୃତ୍ତ । ବିଳମ୍ବିତ ରାତ୍ରିରେ କେହି ନଥିବା ସୁଯୋଗ…

କଟକରେ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ପାଖାପାଖି ୭୦ହଜାର ଟଙ୍କା ଲୁଟ୍‌! ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି…

କଟକ: କଟକରେ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ଲୁଟ୍‌ ଅଭିଯୋଗ । ୬୦ରୁ ୭୦ ହଜାର ଟଙ୍କା ଧରି ଛୁ ମାରିଲେ ୪-୫ ଜଣ ଦୁର୍ବୃତ୍ତ । ଲୁଟ୍‌ର ଶିକାର ହୋଇଛନ୍ତି ସୌମେନ୍ଦ୍ର ବେହେରା । ଏନେଇ ସେ ମଧୁପାଟଣା ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ଅପରାହ୍ନରେ ଦୁର୍ବୃତ୍ତମାନେ ଏକ କାରରେ ଆସି ତାଙ୍କ…

ଖୋର୍ଦ୍ଧା: ଘରୋଇ ସଂସ୍ଥାର ଏଜେଣ୍ଟଙ୍କ ଠାରୁ ଟଙ୍କା ଲୁଟ୍‌, ବନ୍ଧୁକ ମୁନରେ ୨୩ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା(କେନ୍ୟୁଜ୍): ଦିନ ଦ୍ୱିପ୍ରହରରେ ଲୁଟ୍‌ । ବନ୍ଧୁକ ମୁନରେ ୨୩ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଗଲାବେଳେ ବନ୍ଧୁକ ଦେଖାଇ ଲୁଟି ନେଇଛନ୍ତି ଦୁର୍ବୃତ୍ତ ।ଲୁଟର ଶିକାର ହୋଇଥିବା ଯୁବକ ଜଣକ ଜଟଣୀ କୁଦିଆରୀ ଅଞ୍ଚଳର ବପୁଜି ମହାରଣା ବୋଲି…

ଖାର୍ଦ୍ଧା: ଡାକ୍ତରଙ୍କୁ ଗୁଳିମାଡ଼, ଗୁରୁତର ହେଲେ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସରଞ୍ଜନ ଦାସ

ଖାର୍ଦ୍ଧା(କେନ୍ୟୁଜ୍): ଖାର୍ଦ୍ଧାରେ ଡାକ୍ତରଙ୍କୁ ଗୁଳିମାଡ଼। ମୁଖା ପିନ୍ଧା ଦୁର୍ବୃତ୍ତ ଗୁଳି ଚଳାଇ ଘଟଣାସ୍ଥଳରୁ ଚମ୍ପଟ ମାରିଲେ। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସରଞ୍ଜନ ଦାସ । ସେହିପରି କ୍ଲିନିକ ପାଖ ଔଷଧ ଦୋକାନୀ ବି ଗୁଳିମାଡ଼ରେ…

ଅନୁଗୁଳ: ହାଟ ବେପାରୀଙ୍କୁ ଲୁଟ ଉଦ୍ୟମ, ବନ୍ଧୁକ ଦେଖାଇ ଦୁଇ ହାତକୁ ହାଣିଦେଲେ ଦୁର୍ବୃତ

ଅନୁଗୁଳ(କେନ୍ୟୁଜ୍):  ବଅଁରପାଳ ଥାନା ଅନ୍ତର୍ଗତ ପାଣିଗୋଳା ରାସ୍ତାରେ ଡକାୟତି ଉଦ୍ୟମ। ବିପିନ ବିହାରୀ ନାହାକ (୩୨) ନାମକ ବ୍ୟକ୍ତି ଥର୍ମାଲ ହାଟରୁ ନିଜର ବେପାର ସାରି ସ୍କୁଟି ରେ ଘରକୁ ଫେରୁଥିଲେ। ହଠାତ ହେଲମେଟ ପିନ୍ଧା ଦୁଇ ଜଣ ଯୁବକ ଏକ ନମ୍ବର ବିହୀନ ବାଇକରେ ଆସିଥିଲେ। ବିପିନ କିଛି…

ଯାଜପୁର: ଦିନ ଦ୍ବିପ୍ରହରରେ ମାତିଛନ୍ତି ଲୁଟେରା, ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ

ଯାଜପୁର ଟାଉନ: ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ । ଯାଜପୁର ଗରିଆପୁର ପ୍ରାଥମିକ ସ୍କୁଲ ନିକଟରୁ ମହିଳାଙ୍କ ବେକରୁ ସୁନାଚେନ ଲୁୁଟିନେଳେ ଦୁର୍ବୃତ୍ତ । ଲୁଟର ଶିକାର ମହିଳା ହେଲେ ଯାଜପୁର ଥାନା ବାମଦେବପୁର ଅଚଂଳର ପୁଷ୍ପାରାଣୀ ସ୍ୱାଇଁ । ପୁଷ୍ପାରାଣୀ ତାଙ୍କ ଝିଆରୀଙ୍କ ସହିତ…

ଗୁଜୁରାଟ: କାନ୍ଦଲା ପୋର୍ଟରେ ସ୍ପେଷାଲ ଏଣ୍ଟ୍ରାନ୍ସରେ ନଛାଡିବାରୁ ସିକ୍ୟୁରିଟି ଗାର୍ଡକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ,…

ଗୁଜୁରାଟ: କାନ୍ଦଲା ପୋର୍ଟରେ କିଛି ଦୁର୍ବୃତ୍ତ ମୁଣ୍ଡରେ ହେଲମେଟ ଓ କପଡା ପିନ୍ଧି ସିକ୍ୟୁରିଟି ଗାର୍ଡମାନଙ୍କୁ ଖଣ୍ଡାରେ ହାଣୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଏହା ପଛରେ କାରଣ ହେଉଛି ଦୁର୍ବୃତ୍ତ ମାନେ ସ୍ପେଷାଲ ଏଣ୍ଟ୍ରାନ୍ସରେ ଏଣ୍ଟ୍ରି କରିବାକୁ ଚାହିଁବାରୁ…

ମୟୂରଭଞ୍ଜ: ନାବାଳିକାକୁ ଦୁଷ୍କର୍ମ ଓ ପରେ ଦୁର୍ବୃତ୍ତ କଲା ଫଟୋ ଭାଇରାଲ, ପୀଡ଼ିତା ପରିବାରକୁ ଦେଲା ହତ୍ୟା ଧମକ

ପ୍ରଥମେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ପରେ  ଘୃଣ୍ୟ କାରନାମାର ଫଟୋ ଭାଇରାଲ । ମୟୂରଭଞ୍ଜ ରାଇରଙ୍ଗପୁରରେ ଘଟିଛି ଲଜ୍ଜାଜନକ ଘଟଣା। ଗୋରୁ ମହିଷାଣୀ ଥାନା ମାଣିକପୁର ଗାଁର ଜଣେ ନାବାଳିକା ଛାତ୍ରୀ କଲେଜରୁ ଫେରୁଥିବା ବେଳେ ଲେମ୍ଭ ନାମକ ଯୁବକ ତାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ। ପରେ ଏହି…

ଯାଜପୁରରେ ପୁଣି ମାତିଲେ କଳା ପଲସର ଲୁଟେରା, ଝାମ୍ପି ନେଲେ ଗହଣା ଦୋକାନୀଙ୍କ ସୁନା ବ୍ୟାଗ୍

ଯାଜପୁର ଟାଉନ: ଯାଜପୁର ସହରରେ କଳା ପଲସର ଆତଙ୍କ । ସୁନା ଗହଣା ଦୋକାନୀ ହାତରୁ ଦିନ ଦ୍ୱିପ୍ରହରରେ ଅଳଙ୍କାର ବ୍ୟାଗ ଝାମ୍ପି ନେଇ ଲୁଟେରା ଫେରାର । ଘଟଣା ଘଟିଛି ଯାଜପୁର ସହରର ବିରଜା ହାଟ ନିକଟରେ । ପଣ୍ଡା ଜୁଏଲର୍ସ ମାଲିକ ରମାକାନ୍ତ ପଣ୍ଡା ପ୍ରତିଦିନ ଭଳି ଆଜି ଦୋକାନ ଖୋଲିବାକୁ ଯାଉଥିବା…

ଅଣ୍ଟି ଛୁରୀ କାଟିଲା ତଣ୍ଟି, ଲୁଟରେ ବ୍ୟବହାର ପାଇଁ ଥିବା ବୋମା ଫୁଟି ଲୁଟେରା ମୃତ

ଅନ୍ୟକୁ ମାରିବାକୁ ଧରିଥିବା ବୋମା ନିଜ ହାତରେ ଫୁଟିବାରୁ ପ୍ରାଣ ହରାଇଲା ଲୁଟେରା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଡହ ନିକଟ ଗୋଚ୍ଛାପଲ୍ଲୀ ଗାଁ ନିକଟରେ ଘଟିଛି ଏଭଳି ଘଟଣା । ପୋଲିସ-ଅପରାଧୀ ମୁହାଁମୁହିଁ ବେଳେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ପୋଲିସ ସୂଚନା ମୁତାବକ ଗାଙ୍ଗପୁର ଥାନା…

ଉଦଳା: ଗାଡ଼ି ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି

ଗାଡ଼ି ଡିକି ଭାଙ୍ଗି ୨ ଲକ୍ଷ ୬୫ ହଜାର ଟଙ୍କା ଲୁଟ୍‌ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଳା ଉଦଳା ଥାନା ଅଧିନ ଭୁରୁଡୁବଣି ଅଞ୍ଚଳର ଶିକ୍ଷକ ସୁୁଶୀଲ କୁମାର ଉଦଳା ଷ୍ଟେଟ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇଥିଲେ । ଫଳ ଦୋକାନୀକୁ ସେ ୩୫ ହଜାର ଟଙ୍କା ଦେବା ପରେ ପରିବା କିଣିବା ପାଇଁ ଉଦଳା କୃଷକ ବଜାରକୁ…