କଟକରେ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ପାଖାପାଖି ୭୦ହଜାର ଟଙ୍କା ଲୁଟ୍‌! ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ

କଟକ: କଟକରେ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ଲୁଟ୍‌ ଅଭିଯୋଗ । ୬୦ରୁ ୭୦ ହଜାର ଟଙ୍କା ଧରି ଛୁ ମାରିଲେ ୪-୫ ଜଣ ଦୁର୍ବୃତ୍ତ । ଲୁଟ୍‌ର ଶିକାର ହୋଇଛନ୍ତି ସୌମେନ୍ଦ୍ର ବେହେରା । ଏନେଇ ସେ ମଧୁପାଟଣା ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ଅପରାହ୍ନରେ ଦୁର୍ବୃତ୍ତମାନେ ଏକ କାରରେ ଆସି ତାଙ୍କ ଅଫିସରେ ପଶିଥିଲେ । ମାରଣାସ୍ତ୍ର ଦେଖାଇ କ୍ୟାସ୍‌ ବାକ୍ସରୁ ଟଙ୍କା ମାଗିଥିଲେ । ବିରୋଧ କରିବା ପରେ ସୌମେନ୍ଦ୍ରଙ୍କୁ ଆକ୍ରମଣ କରି ଟଙ୍କା ଧରି ଫେରାର୍‌ ହୋଇଯାଇଥିଲେ ଦୁର୍ବୃତ୍ତ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.